ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ତ୍ରୁଟି: ଅଟକି ରହିଛି ୩ ପାସେଞ୍ଜର ଟ୍ରେନ୍   

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ସକାଳ ୯ଟାରୁ ଟ୍ରେନ୍‌ଟି ସେଠାରେ ଅଟକି ରହିଛି। ତେଣୁ ପ୍ରାୟ ୪ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ଅଟକି ରହିଛି ୩ଟି ପାସେଞ୍ଜର ଟ୍ରେନ୍। କୋରାପୁଟଠାରୁ ବିଶାଖାପଟଣା ଡିଏମ୍‌ୟୁ ଭାଲୁମୂଷ୍କା ଓ ରାଉରକେଲା ସମଲେଶ୍ୱରୀ ଟ୍ରେନ୍‌ ଶିକରାପାଇ ଠାରେ ଅଟକିଛି। ସେହିପରି  ବିଶାଖାପାଟଣାଠାରୁ କୋରାପୁଟ ଯାଉଥିବା ଡିଏମ୍‌ୟୁ ଏକ ଘଣ୍ଟା ହେବ କେଉଟଗୁଡ଼ା ଠାରେ ଅଟକି […]

train

Jyoshna Pradhan
  • Published: Friday, 19 April 2019
  • , Updated: 19 April 2019, 02:26 PM IST

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ସକାଳ ୯ଟାରୁ ଟ୍ରେନ୍‌ଟି ସେଠାରେ ଅଟକି ରହିଛି। ତେଣୁ ପ୍ରାୟ ୪ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ଅଟକି ରହିଛି ୩ଟି ପାସେଞ୍ଜର ଟ୍ରେନ୍।

କୋରାପୁଟଠାରୁ ବିଶାଖାପଟଣା ଡିଏମ୍‌ୟୁ ଭାଲୁମୂଷ୍କା ଓ ରାଉରକେଲା ସମଲେଶ୍ୱରୀ ଟ୍ରେନ୍‌ ଶିକରାପାଇ ଠାରେ ଅଟକିଛି। ସେହିପରି  ବିଶାଖାପାଟଣାଠାରୁ କୋରାପୁଟ ଯାଉଥିବା ଡିଏମ୍‌ୟୁ ଏକ ଘଣ୍ଟା ହେବ କେଉଟଗୁଡ଼ା ଠାରେ ଅଟକି ରହିଛି।

ଟ୍ରେନ୍‌ ଅଟକି ରହିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଟ୍ରେନ୍‌ ମରାମତି କରିବା ପାଇଁ  ଆଉ ଏକ ଘଣ୍ଟା ସମୟ ଲାଗିପାରେ ବୋଲି ଜଣାପଡ଼ିଛି।

Related story