ଜୟପୁର: ୩ ବର୍ଷର ଶିଶୁ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ସନ୍ଦେହ

ଜୟପୁର: କୋରାପୁଟ୍‌ ଜିଲ୍ଲା ଜୟପୁର ଅନ୍ତର୍ଗତ ମେଦିରୀ ସାହିର ସୁବାସ ମୁଦୁଲିଙ୍କ ୩ ବର୍ଷର ପୁଅ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ସୁବାସଙ୍କ ପୁଅକୁ ଜ୍ୱର ହେବାରୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ଘଟି ନ ଥିଲା। ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ […]

japanese-encephalitis

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 11:02 PM IST

ଜୟପୁର: କୋରାପୁଟ୍‌ ଜିଲ୍ଲା ଜୟପୁର ଅନ୍ତର୍ଗତ ମେଦିରୀ ସାହିର ସୁବାସ ମୁଦୁଲିଙ୍କ ୩ ବର୍ଷର ପୁଅ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ସୁବାସଙ୍କ ପୁଅକୁ ଜ୍ୱର ହେବାରୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ଘଟି ନ ଥିଲା। ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଘଟିବାରୁ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତଖାନାକୁ ସ୍ଥାନାନ୍ତରିତ କରିବାକୁ ଶିଶୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ମୁଦୁଲି କହିଥିଲେ।

Related story