କୋରାପୁଟ ଡାକ୍ତରଖାନାରେ ୩ ବର୍ଷର ଶିଶୁ ମୃତ, ଜାପାନୀ ଜ୍ୱରରେ ମୃତ୍ୟୁ ସନ୍ଦେହ

କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ତା’ ନାଁ ଆକାଶ ଖେମୁଣ୍ଡୁ। ତା’ ଘର ମାଲକାନଗିରି ଜିଲ୍ଲାର ଖଇରପୁଟରେ। ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଜାପାନୀ ଜ୍ୱରରେ ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ସଂଖ୍ୟା ୭୨କୁ ବୃଦ୍ଧି ପାଇଛି। ଆଜି ସକାଳେ ଏଠାରେ ଦୁଇ ଜଣ ଶିଶୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ […]

koraput

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 10:55 AM IST

କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ତା’ ନାଁ ଆକାଶ ଖେମୁଣ୍ଡୁ। ତା’ ଘର ମାଲକାନଗିରି ଜିଲ୍ଲାର ଖଇରପୁଟରେ। ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଜାପାନୀ ଜ୍ୱରରେ ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ସଂଖ୍ୟା ୭୨କୁ ବୃଦ୍ଧି ପାଇଛି। ଆଜି ସକାଳେ ଏଠାରେ ଦୁଇ ଜଣ ଶିଶୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Related story