ଜେଜେ ମା’ ଆଣିଥିଲେ ଚଣା ଶାଗ, ଖାଇବା ପରେ ଆଖି ବୁଜିଲା ୩ ବର୍ଷର ଝିଅ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ବରସାହି ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଷାକ୍ତ ଶାଗ ଖାଇ ଗୋଟିଏ ପରିବାରର ଏକ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ଶିଶୁର ବୟସ ୩ ବର୍ଷ ହୋଇଥିବା ବେଳେ ସେ ରାକେଶ ମୁଦୁଲିଙ୍କ ଝିଅ ଟ୍ୟୁଙ୍କିଲ୍ ମୁଦୁଲି ବୋଲି ଜଣାଯାଇଛି । ସୂଚନାଅନୁଯାୟୀ, ଗତକାଲି ଟ୍ୟୁଙ୍କିଲଙ୍କ ଜେଜେ ମା’ ବାସନ୍ତି ଦେଇ ବିଲରୁ […]

girl

Niharika Rout
  • Published: Monday, 11 January 2021
  • , Updated: 11 January 2021, 10:09 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ବରସାହି ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଷାକ୍ତ ଶାଗ ଖାଇ ଗୋଟିଏ ପରିବାରର ଏକ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ଶିଶୁର ବୟସ ୩ ବର୍ଷ ହୋଇଥିବା ବେଳେ ସେ ରାକେଶ ମୁଦୁଲିଙ୍କ ଝିଅ ଟ୍ୟୁଙ୍କିଲ୍ ମୁଦୁଲି ବୋଲି ଜଣାଯାଇଛି ।

ସୂଚନାଅନୁଯାୟୀ, ଗତକାଲି ଟ୍ୟୁଙ୍କିଲଙ୍କ ଜେଜେ ମା’ ବାସନ୍ତି ଦେଇ ବିଲରୁ କିଛି ଚଣାଶାଗ ଆଣି ରୋଷେଇ କରିଥିଲେ । ଏହାକୁ ମଧ୍ୟାହ୍ନ ସମୟରେ ଟ୍ୟୁଙ୍କିଲ, ତାଙ୍କ ଜେଜେମା’ ବାସନ୍ତି, ମା’ ସୁରଥା ମୁଦୁଲି, ଆଇ ଝୁନୁ ଦେଇ ଖାଇଥିଲେ । ମାତ୍ର ଅପରାହ୍ନରେ  ବାନ୍ତି ହେବା ସହ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ତୁରନ୍ତ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଟ୍ୟୁଙ୍କିଲଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିଲା। ମାତ୍ର ବାଟରେ  ଝିଅଟି ଆଖି ବୁଜିଦେଇଥିଲା।

ଝିଅ ମୃତ୍ୟୁ ଖବର ପାଇ ପାଗଳିପ୍ରାୟ ହୋଇଯାଇଥିବା ସୁରଥା ଓ ତାଙ୍କ ମା’ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ  ଘରକୁ ପଳାଇଥିବା ବେଳେ ବାସନ୍ତି ଚିକିତ୍ସାଧିନ ଥିବା ଜଣାଯାଇଛି ।।  ଏହି ଘଟଣା ଯୋଗୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Related story