ଗଛ ପାଇଁ ଫସିଗଲା କାର: ଭିତରୁ ବାହାରିଲା ୩୦୦ ଲିଟର ମଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ୩୦୦ ଲିଟର ଦେଶୀ ମଦ ଜବତ ସହ ଧରାପଡିଲେ ୨ ଜଣ । ଘଟଣା ଘଟିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଏରଡ଼ା କେନାଲ ଛକ ନିକଟରେ । ଏକ କାରରେ ଚୋରା ଦେଶୀ ମଦ ଯାଉଥିବା ସୂଚନା ପାଇଥିଲା ଭଦ୍ରକ ଅବକାରୀ ବିଭାଗ ର ମୋବାଇଲ ଟିମ।  ଏହି ସୂଚନା ପାଇବା ପରେ ଗ୍ରାମାଞ୍ଚଳ ଥାନା ଏରଡ଼ା ଛକ ନିକଟରେ ଜଗି ରହିଥିଲେ ସେମାନେ । କାରକୁ ଅଟକାଇବା ବେଳେ ଚାଳକ ଗାଡିକୁ […]

890-1

Tapas Behera
  • Published: Monday, 13 July 2020
  • , Updated: 13 July 2020, 04:41 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ୩୦୦ ଲିଟର ଦେଶୀ ମଦ ଜବତ ସହ ଧରାପଡିଲେ ୨ ଜଣ । ଘଟଣା ଘଟିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଏରଡ଼ା କେନାଲ ଛକ ନିକଟରେ । ଏକ କାରରେ ଚୋରା ଦେଶୀ ମଦ ଯାଉଥିବା ସୂଚନା ପାଇଥିଲା ଭଦ୍ରକ ଅବକାରୀ ବିଭାଗ ର ମୋବାଇଲ ଟିମ।  ଏହି ସୂଚନା ପାଇବା ପରେ ଗ୍ରାମାଞ୍ଚଳ ଥାନା ଏରଡ଼ା ଛକ ନିକଟରେ ଜଗି ରହିଥିଲେ ସେମାନେ । କାରକୁ ଅଟକାଇବା ବେଳେ ଚାଳକ ଗାଡିକୁ ବୁଲାଇନେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏକ ଗଛରେ ପିଟି ହୋଇଥିଲା ।  ଗାଡ଼ିରେ ଥିବା ଦୁଇଜଣ ଦୌଡ଼ି ପଳାଉଥିବା ବେଳେ ଅବକାରୀ କର୍ମଚାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । କାର ଭିତରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତ ବିଜୟ ମହାରଣା ଓ ଅମିତ ଜେନା ବୋଲି ସୂଚନା ମିଳିଛି ।

Related story