୩୨ଟି ପ୍ରକଳ୍ପର ସମୀକ୍ଷା କଲେ ପିଏମ୍‌ଓର ଅତିରିକ୍ତ ସଚିବ

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା ୩୨ଟି କେନ୍ଦ୍ରୀୟ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍‌। ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ, ରେଳବାଇ, ଶକ୍ତି, କୋଇଲା ଉତ୍ତୋଳନ ଭଳି ପ୍ରକଳ୍ପ କାମର ସମୀକ୍ଷା କରାଯାଇଛି। ପ୍ରକଳ୍ପ ଆଗରେ ରହିଥିବା ବାଧା ଦୂର କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସାରିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ କେନ୍ଦ୍ରୀୟ ପ୍ରକଳ୍ପ କାମ ଠିକ୍‌ ଚାଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଅରୁଣ ଗୋଏଲ୍‌। […]

arun goel

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 10:06 PM IST

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା ୩୨ଟି କେନ୍ଦ୍ରୀୟ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍‌। ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ, ରେଳବାଇ, ଶକ୍ତି, କୋଇଲା ଉତ୍ତୋଳନ ଭଳି ପ୍ରକଳ୍ପ କାମର ସମୀକ୍ଷା କରାଯାଇଛି। ପ୍ରକଳ୍ପ ଆଗରେ ରହିଥିବା ବାଧା ଦୂର କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସାରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟରେ କେନ୍ଦ୍ରୀୟ ପ୍ରକଳ୍ପ କାମ ଠିକ୍‌ ଚାଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଅରୁଣ ଗୋଏଲ୍‌। ବୈଠକରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଅଗ୍ରଗତି ସାଙ୍ଗକୁ ସମ୍ବଲପୁର-ଟିଟିଲାଗଡ, ତାଳଚେର-ବିମଳାଗଡ, ହରିଦାସପୁର ପାରାଦୀପ ଓ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ କାମର ସମୀକ୍ଷା କରାଯାଇଛି। ଏମ୍‌ସିଏଲର କୋଇଲା ଉତ୍ପାଦନ ବୃଦ୍ଧି ନେଇ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟରେ କୋଇଲା ପରିବହନ କରିଡର ନିର୍ମାଣ ସାଙ୍ଗକୁ ନୂଆ ପ୍ରକଳ୍ପ ପାଇଁ ଜିମି ଅଧିଗ୍ରହଣ ଏବଂ କ୍ଷତିପୂରଣ ପକ୍ରିୟାକୁ ତ୍ୱାରାନ୍ୱିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଗୋଏଲ୍‌ କହିଛନ୍ତି।

Related story