କଟକ ଟାଉନ୍‌ରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଲୋକାଲ୍‌ କେସ୍‌

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୩୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ସରକାରୀ କ୍ୱାରେଣ୍ଟାଇନ୍‌ରୁ, ୨୬ ହୋମ୍‌ କ୍ୱାରେଣ୍ଟାଇନ ଓ ୩ ଲୋକାଲ୍‌ କେସ୍‌। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। #COVID19 update in Cuttack city (CMC area) Out of the 47 new COVID-19 +ve cases reported today in #Cuttack district, 35 +ve cases belong to Cuttack city […]

corona-kit

Manoranjan Sial
  • Published: Saturday, 25 July 2020
  • , Updated: 25 July 2020, 04:04 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୩୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ସରକାରୀ କ୍ୱାରେଣ୍ଟାଇନ୍‌ରୁ, ୨୬ ହୋମ୍‌ କ୍ୱାରେଣ୍ଟାଇନ ଓ ୩ ଲୋକାଲ୍‌ କେସ୍‌। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

https://twitter.com/CMCCuttack/status/1286957655961923584?s=20

ଆଜି ରାଉସାପାଟଣାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଡିଏ-୬ରୁ ଜଣେ, ଏସ୍‌ସିବି ଆଇସୋଲେସନ୍‌ ଓ୍ୱାର୍ଡରୁ ୩ ମହିଳା, କାଳୀଗଳିରୁ ୩ ଓ ବାଲୁବଜାରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା କଟକ ଟାଉନ୍‌ରୁ ୬୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୩୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story