ଦୁଇଟି ଏଟିଏମରୁ ୩୬ ଲକ୍ଷ ଟଙ୍କା ଲୁଟ୍
- Published: Saturday, 05 May 2018
- , Updated: 05 May 2018, 08:09 AM IST
<p>ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ): ବାଲେଶ୍ୱର ସହରରେ ଦୁଇ ଦୁଇଟି ଏଟିଏମ୍‌ରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ଗତକାଲି ରାତିରେ ସହରର ସୁନହଟ ସ୍ଥିତ ଏଟିଏମରୁ ୨୬ ଲକ୍ଷ ଓ ଆଇଟିଆଇ ଛକ ନିକଟରେ ଥିବା ଏଟିଏମରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଛି।</p>
<p><a href="">(image) </a> ଏଟିଏମ୍‌କୁ ଗ୍ୟାସ କଟରରେ କାଟି ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ ପରେ ଦୁଇଟି ଯାକ ଏଟିଏମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତମାନେ ଏକ ନମ୍ବର ବିହୀନ ଗାଡ଼ିରେ ଆସି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।</p>
<p>https://youtu.be/0TC4S16CdT0</p>