ଚିନ୍ତା ବଢ଼ାଇଲାଣି କିଶୋର ଓ ଶିଶୁ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୃତୀୟ ଲହର ନଆସୁଣୁ ଚିନ୍ତା ବଢ଼ାଇଲାଣି କିଶୋର ଓ ଶିଶୁ ସଂକ୍ରମଣ । ରାଜ୍ୟରେ ଗତ ଦୁଇଦିନ ହେଲା ଦୈନିକ ଶହେ ପାର ଶିଶୁ ସଂକ୍ରମଣ ଟ୍ରେଣ୍ଡ ସାମ୍ନାକୁ ଅଶସିବା ପରେ ଉଭୟ ସରକାର ଓ ସାଧାରଣ ଜନତା ସମସ୍ତଙ୍କ ଟେନସନ୍ ବଢିଲାଣି।  ଶିଶୁଙ୍କ ପାଇଁ ଟିକା ଅଶସିନଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟାସ୍କଫୋର୍ସ ଗଠନ କରି ଅନୁଧ୍ୟାନ ଚଳାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେପଟେ କୋଭିଡ୍ ଆକ୍ରମଣରୁ କେମିତି ଶିଶୁମାନଙ୍କୁ ଦୂରେଇ ରଖିହେବ […]

covid-and-mental-health

Tapas Behera
  • Published: Monday, 16 August 2021
  • , Updated: 16 August 2021, 07:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୃତୀୟ ଲହର ନଆସୁଣୁ ଚିନ୍ତା ବଢ଼ାଇଲାଣି କିଶୋର ଓ ଶିଶୁ ସଂକ୍ରମଣ । ରାଜ୍ୟରେ ଗତ ଦୁଇଦିନ ହେଲା ଦୈନିକ ଶହେ ପାର ଶିଶୁ ସଂକ୍ରମଣ ଟ୍ରେଣ୍ଡ ସାମ୍ନାକୁ ଅଶସିବା ପରେ ଉଭୟ ସରକାର ଓ ସାଧାରଣ ଜନତା ସମସ୍ତଙ୍କ ଟେନସନ୍ ବଢିଲାଣି।  ଶିଶୁଙ୍କ ପାଇଁ ଟିକା ଅଶସିନଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟାସ୍କଫୋର୍ସ ଗଠନ କରି ଅନୁଧ୍ୟାନ ଚଳାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେପଟେ କୋଭିଡ୍ ଆକ୍ରମଣରୁ କେମିତି ଶିଶୁମାନଙ୍କୁ ଦୂରେଇ ରଖିହେବ ସେ ବାଟ ବତାଇଛନ୍ତି ଶିଶୁରୋଗ ବିଶେଷଜ୍ଞ।

୧୮ବର୍ଷରୁ କମ୍ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯାଇନଥିବାରୁ ସେମାନଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ । ଏଭଳି ସ୍ଥିତିରେ ସେମାନଙ୍କୁ ସୁରକ୍ଷିତ ପରିବେଶରେ ରଖିବା ନିହାତି ଦରକାର । ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ସଠିକ୍ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି- ସାମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଦେଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଜିଲ୍ଲାରୁ ରାଜ୍ୟସ୍ତର ପଯର୍ୟନ୍ତ ଟାସ୍କ ଫୋର୍ସ ଗଠନ ହୋଇଛି । କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିନଥିଲେ ବି ଲକ୍ଷଣ ଥିଲେ, ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ସବୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଯାଏ ଶିଶୁଙ୍କ ପାଇଁ ଆସିନି କରୋନା ଟିକା । ତେଣୁ ଏଠି ପ୍ରଶ୍ନ ମହମାରୀ କବଳରୁ କେମିତି ଶିଶୁଙ୍କୁ ରଖି ହେବ ସୁରକ୍ଷିତ? ବିଶେଷଜ୍ଞଙ୍କ ମତରେ, ଘରେ କେହି ସଂକ୍ରମିତ ହେଲେ, ଶିଶୁମାନଙ୍କଠାରୁ ତୁରନ୍ତ ଦୂରେଇ ରୁହନ୍ତୁ ବାହାରକୁ ଯିବାର ଥିଲେ କିମ୍ବା ଘରେ କେହି ସଂକ୍ରମିତ ଥିଲେ ଶିଶୁମାନଙ୍କୁ ନିଶ୍ଚିତ ମାସ୍କ ପିନ୍ଧାନ୍ତୁ ସାନିଟାଇଜର ଓ ସାବୁନ୍‌ରେ ବାରମ୍ବାର ଶିଶୁଙ୍କ ହାତ ଧୁଅନ୍ତୁ । ଜ୍ୱର, କାଶ ଓ ଦେହହାତ ଘୋଳାବିନ୍ଧା ଲାଗି ରହିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଦିଅନ୍ତୁ । କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ବି ଲକ୍ଷଣ ନଥିଲେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ।

Related story