୩୮ଲକ୍ଷ ଟଙ୍କାର ଧଳା ଜହର ଜବତ; ତିନି ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଆଜି ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର ଜବତ କରିଛି। ଏହାର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁ ସଙ୍ଗୀତା ମହାନ୍ତି, ଟୁକୁନା ମହାନ୍ତି ଓ ସୋନା ଖାଁ। ଚିନ୍ତାମଣିଶ୍ୱର ଓ ହଳଦୀପଡ଼ିଆ ବସ୍ତିରେ ବ୍ରାଉନ୍ ସୁଗାର […]

brownsugar

Jitendra Garnayak
  • Published: Friday, 04 January 2019
  • , Updated: 04 January 2019, 10:42 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଆଜି ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର ଜବତ କରିଛି। ଏହାର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଅଧିକ ହେବ।

ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁ ସଙ୍ଗୀତା ମହାନ୍ତି, ଟୁକୁନା ମହାନ୍ତି ଓ ସୋନା ଖାଁ।

ଚିନ୍ତାମଣିଶ୍ୱର ଓ ହଳଦୀପଡ଼ିଆ ବସ୍ତିରେ ବ୍ରାଉନ୍ ସୁଗାର କାରବାର କରାଯାଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଉ ଆଜି ସକାଳେ ସେଠାରେ ଚଢ଼ାଉ କରିଥିଲା।

ଅଭିଯୁକ୍ତମାନେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗାର ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।

Related story