ଶ୍ରୀକ୍ଷେତ୍ରକୁ ଆସୁଥିଲା ୩କୋଟି ଟଙ୍କାର ଧଳା ଜହର, ମାଡ଼ି ବସିଲା ପୁଲିସ

ପୁରୀ (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଶ୍ରୀକ୍ଷେତ୍ରକୁ ଆସୁଥିଲା ବ୍ରାଉନସୁଗାର। ମଙ୍ଗଳାଘାଟ ଛକରେ ମାଡ଼ି ବସିଲା ପୁଲିସ। ଗାଡ଼ି ଯାଞ୍ଚ ବେଳେ ବାହାରିଲା ୩ କେଜିର ଧଳା ଜହର। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଜିତ କୁମାର ପଟ୍ଟନାୟକ। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୩କୋଟି ଟଙ୍କା ହେବ ବୋଲି  ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଭୁବନେଶ୍ୱରରୁ ଅଲଟୋ ଗାଡ଼ିରେ ବ୍ରାଉନସୁଗାର ଆସୁଥିବା ବାସେଲି […]

Arrest

Tapaswini Nayak
  • Published: Saturday, 14 May 2022
  • , Updated: 14 May 2022, 10:13 AM IST

ପୁରୀ (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଶ୍ରୀକ୍ଷେତ୍ରକୁ ଆସୁଥିଲା ବ୍ରାଉନସୁଗାର। ମଙ୍ଗଳାଘାଟ ଛକରେ ମାଡ଼ି ବସିଲା ପୁଲିସ। ଗାଡ଼ି ଯାଞ୍ଚ ବେଳେ ବାହାରିଲା ୩ କେଜିର ଧଳା ଜହର।

ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଜିତ କୁମାର ପଟ୍ଟନାୟକ। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୩କୋଟି ଟଙ୍କା ହେବ ବୋଲି  ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ଭୁବନେଶ୍ୱରରୁ ଅଲଟୋ ଗାଡ଼ିରେ ବ୍ରାଉନସୁଗାର ଆସୁଥିବା ବାସେଲି ସାହି ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ ମଙ୍ଗଳାଘାଟ ଛକରେ ଲୁଚି ରହିଥିଲା। ବ୍ରାଉନସୁଗାର ଗାଡ଼ିଟି ମଙ୍ଗଳାଘାଟ ଛକରେ ପହଞ୍ଚିବା ପରେ ପୁଲିସ ଗାଡ଼ିକୁ ଅଟକାଇଥିଲା। ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରୁ ୩ କେଜି ଧଳାଜହର ବାହାରିଥିଲା। ପୁଲିସ ବ୍ରାଉନସୁଗାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 

Related story