ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟି କରୁଥିଲେ, ବିନା ଅନୁମତିରେ ପଶି ସସ୍‌ପେଣ୍ଡ ହେଲେ ୪ ANM

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟି ପାଇଁ ମିଳିଥିଲା ନିର୍ଦ୍ଦେଶ। ହେଲେ ଭିତରକୁ ପ୍ରବେଶ ନିମନ୍ତେ ନ ଥିଲା କୌଣସି ଅନୁମତି। ଏହାସତ୍ତ୍ୱେ ବିନା ଅନୁମତିରେ ଶ୍ରୀମନ୍ଦିର ଭିତରକୁ ଅନଧିକାର ପ୍ରବେଶ କରି ଶେଷରେ ନିଲମ୍ବିତ  ହୋଇଛନ୍ତି ୪ ANM । ସଂପୃକ୍ତ ୪ ଏନଏନ୍ଏମ୍‌ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ କରିଛନ୍ତି । ଏହି ANMମାନେ ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ପାଇଥିଲେ ।  ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ଭକ୍ତଙ୍କ […]

ppuuri111

Niharika Rout
  • Published: Tuesday, 29 December 2020
  • , Updated: 29 December 2020, 12:54 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟି ପାଇଁ ମିଳିଥିଲା ନିର୍ଦ୍ଦେଶ। ହେଲେ ଭିତରକୁ ପ୍ରବେଶ ନିମନ୍ତେ ନ ଥିଲା କୌଣସି ଅନୁମତି। ଏହାସତ୍ତ୍ୱେ ବିନା ଅନୁମତିରେ ଶ୍ରୀମନ୍ଦିର ଭିତରକୁ ଅନଧିକାର ପ୍ରବେଶ କରି ଶେଷରେ ନିଲମ୍ବିତ  ହୋଇଛନ୍ତି ୪ ANM । ସଂପୃକ୍ତ ୪ ଏନଏନ୍ଏମ୍‌ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ କରିଛନ୍ତି ।

ଏହି ANMମାନେ ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ପାଇଥିଲେ ।  ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ଭକ୍ତଙ୍କ ଥର୍ମାଲ ଚେକିଂ ଦାୟିତ୍ୱରେ  ଥିଲେ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେମାନଙ୍କ ନିକଟରେ କୌଣସି ଅନୁମତି ନଥିଲେ ବି ସେମାନେ ମନ୍ଦିର ଭିତରକୁ ଯାଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି CDMO।

 

ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ  । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା।  ଏହା ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ମିଳିଛି ଏହି ସୌଭାଗ୍ୟ ଓ ଅନୁମତି।

ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଥିଲା । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା।

ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।

Related story