୨୬ ବର୍ଷ ହେଲା ପୁଲିସ୍‌ ଆଖିରେ ଧୂଳି ଦେଉଥିଲେ, ଏବେ ବନ୍ଧା ହେଲେ ୪

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):୨୬ ବର୍ଷ ତଳେ ଘଟାଇଥିବା ଅପରାଧୀକ କର୍ମ ପାଇଁ ଏବେ ବନ୍ଧା ହେଲେ ୪ ଅଭିଯୁକ୍ତ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି । ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକରେ ୨୬ ବର୍ଷ ତଳର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ ଏବଂ ପଞ୍ଚାନନ […]

arrest

Niharika Rout
  • Published: Sunday, 07 November 2021
  • , Updated: 07 November 2021, 09:18 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):୨୬ ବର୍ଷ ତଳେ ଘଟାଇଥିବା ଅପରାଧୀକ କର୍ମ ପାଇଁ ଏବେ ବନ୍ଧା ହେଲେ ୪ ଅଭିଯୁକ୍ତ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି । ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକରେ ୨୬ ବର୍ଷ ତଳର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ ଏବଂ ପଞ୍ଚାନନ ମୁଖୀ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି ।

୧୯୯୫ମସିହାରେ ଏହି ବିସ୍ଫୋରଣ ଘଟିଥିଲା । ଏକ ବସ୍‌ ଯୋଗେ ଆସିଥିବା ପେଟିକୁ ଜଣେ ରିକ୍ସା ଚାଳକ ନିଜ ରିକ୍ସାରେ ଲୋଡ୍ କରୁଥିବାବେଳେ ତାହା ତଳେ ପଡ଼ି ବିସ୍ଫୋରଣ ହୋଇଥିଲା । ଏଥିରେ ସଂପୃକ୍ତ ରିକ୍ସାଚାଳକଙ୍କ ମୃତ୍ୟୁ ହୋଇଥିଲା । ତାପରଠୁ ଖସିଯାଇଥିଲେ ଏହି ଚାରି ମୁଖ୍ୟ ଅଭିଯୁକ୍ତ । ଯାହାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା ବାଲିଆପାଳ ପୋଲିସ । ଦୀର୍ଘ ବର୍ଷ ପରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Related story