ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of four Covid positive patients while under treatment in hospitals.
1. A 66-year old Male of Angul district who was also suffering from Neuroendocrine Tumor.
2. A 57-year old Male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 17, 2020
3. A 56-year old Male of Gajapati district who was also suffering from Diabetes and heart disease.
4. A 60-year old Male of Ganjam district who was also suffering from Chronic Kidney Disease.
— H & FW Dept Odisha (@HFWOdisha) July 17, 2020
ଗଞ୍ଜାମ ଜିଲ୍ଲାର ୨ , ଗଜପତି ଓ ଅନୁଗୁଳ ଜିଲ୍ଲାର ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୨ ମୃତକଙ୍କ ବୟସ ଯଥାକ୍ରମେ ୫୭ ଓ ୬୦ ବର୍ଷ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ମୃତକଙ୍କ ବୟସ ୫୬ ଓ ଅନୁଗୁଳ ଜିଲ୍ଲାରେ ମୃତକଙ୍କ ବୟସ ୬୬ ବର୍ଷ ବୋଲି ଜଣାଯାଇଛି।
ଗଞ୍ଜାମ ଜିଲ୍ଲାର ୬୦ ବର୍ଷୀୟ ବ୍ୟକ୍ତି କିଡନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ। ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ ବୃଦ୍ଧ ଟ୍ୟୁମରଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୬ ବର୍ଷୀୟ ଗଜପତି ଜିଲ୍ଲାର ବ୍ୟକ୍ତିଜଣକ ମଧୁମେହ ଓ ହାର୍ଟ ରୋଗରେ ପୀଡ଼ିତ ଥିଲେ।
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ ଛୁଇଁ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା। ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ ଗଜପତି, ଅନୁଗୁଳ ଜିଲ୍ଲାରେ କରୋନା ଯୋଗୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି।