ଡକାୟତି ଉଦ୍ୟମ କରୁଥିଲେ ବନ୍ଧା ହେଲେ

ଖୋର୍ଦ୍ଧା (ବଳରାମ ଦାସ): ପଣ୍ଡ ହେଲା ଡାକୟତି ଉଦ୍ୟମ। ବନ୍ଧା ହେଲେ ୪ ଡକାୟତ। ଖୋର୍ଦ୍ଧା ଜିଲ୍ଲା ଧଉଳୀମୁହଁ ରେଲୱେ ଲେବଲ କ୍ରସିଂ ନିକଟରେ ଡକାୟତି ଉଦ୍ୟମ କରିବା ବେଳେ ୪ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଦୋଉଳଟାଙ୍ଗିର ସୁନିଲ ପ୍ରଧାନ, ଜଟଣୀର ଅନିଲ ସାହୁ, ଦଳେଇପୁଟର ଶୁଭେନ୍ଦୁ ସାମନ୍ତରାୟ ଓ ବାରଘରପାଟଣାର ଶିବ ସୁନ୍ଦର ଦାଶ। ଏହି ଡକାୟତମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା […]

dakayat-arrest

Madhupriya Mistry
  • Published: Monday, 22 February 2021
  • , Updated: 22 February 2021, 03:15 PM IST

ଖୋର୍ଦ୍ଧା (ବଳରାମ ଦାସ): ପଣ୍ଡ ହେଲା ଡାକୟତି ଉଦ୍ୟମ। ବନ୍ଧା ହେଲେ ୪ ଡକାୟତ। ଖୋର୍ଦ୍ଧା ଜିଲ୍ଲା ଧଉଳୀମୁହଁ ରେଲୱେ ଲେବଲ କ୍ରସିଂ ନିକଟରେ ଡକାୟତି ଉଦ୍ୟମ କରିବା ବେଳେ ୪ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଦୋଉଳଟାଙ୍ଗିର ସୁନିଲ ପ୍ରଧାନ, ଜଟଣୀର ଅନିଲ ସାହୁ, ଦଳେଇପୁଟର ଶୁଭେନ୍ଦୁ ସାମନ୍ତରାୟ ଓ ବାରଘରପାଟଣାର ଶିବ ସୁନ୍ଦର ଦାଶ। ଏହି ଡକାୟତମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି ।

ପୁଲିସ ସୂଚନା ମୁତାବକ, ଜାତୀୟ ରାଜପଥରେ ଡାକୟତି କରିବା ପାଇଁ ଏହି ୪ଜଣ ଯୋଜନା କରୁଥିଲେ। ତେବେ ଖବର ପାଇ ପୁଲିସ ଚଢ଼ାଉ କରି ଏହି ୪ ଡକାୟତଙ୍କୁ ଗିରଫ କରିଛି। ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଜଣଙ୍କ ଘରେ ପଶି ଡକାୟତି, ଜଙ୍କିଆ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ ଘଟଣାରେ ମଧ୍ୟ ଏମାନଙ୍କ ସଂପୃକ୍ତି ଥିବା ପୁଲିସ କହିଛି। ଡକାୟତ ମାନଙ୍କ ଠାରୁ ପୋଲିସ ୮ଟି ବୋମା, ୪ଟି ବାଇକ, ଲଙ୍କାଗୁଣ୍ଡ ସହ ୨୧ ହଜାର ନଗଦ ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Related story