ପିଟିଲା ଟ୍ରକ୍‌, ବାଇକ୍‌ରେ ଯାଉଥିବା ୪ ମୃତ

ନୂଆପଡ଼ା(ମାୟାଧର ସରାଫ): ଟ୍ରକ୍‌ ଧକ୍କାରେ ୪ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକଙ୍କ ଭିତରେ ଜଣେ ଶିଶୁ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଛୋଟ ଶିଶୁ ବାଇକରେ କୋମନା ପାର୍ଶ୍ୱରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ। ତେବେ କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ […]

Bike-accident

Manoranjan Sial
  • Published: Monday, 04 July 2022
  • , Updated: 04 July 2022, 04:57 PM IST

ନୂଆପଡ଼ା(ମାୟାଧର ସରାଫ): ଟ୍ରକ୍‌ ଧକ୍କାରେ ୪ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକଙ୍କ ଭିତରେ ଜଣେ ଶିଶୁ ଅଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଛୋଟ ଶିଶୁ ବାଇକରେ କୋମନା ପାର୍ଶ୍ୱରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ। ତେବେ କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍‌। ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ମହିଳା ଓ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Related story