ବସ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ୪ ମୃତ, ୬ ଆହତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା କତଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,  ଛତିଶଗଡ଼ରୁ ଦୁଇଟି ପରିବାରର ୯ ଜଣ ସଦସ୍ୟ […]

accident1

Niharika Rout
  • Published: Tuesday, 24 December 2019
  • , Updated: 24 December 2019, 11:10 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା କତଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ,  ଛତିଶଗଡ଼ରୁ ଦୁଇଟି ପରିବାରର ୯ ଜଣ ସଦସ୍ୟ (ଡ୍ରାଇଭରଙ୍କୁ ମିଶାଇ ଗାଡ଼ିରେ ୧୦ ଜଣ ଥିଲେ) CG04HK 0183 ନମ୍ବର ବିଶିଷ୍ଟ ଏକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଆସୁଥିଲେ। ହେଲେ ରାତି ପ୍ରାୟ ଅଢ଼େଇଟା ବେଳେ କତଡ଼ା ନିକଟରେ ଏକ ବସ୍‌ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଡ୍ରାଇଭର ସମେତ ୩ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସମସ୍ତ ଆହତଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ବର୍ଷର ବାଳକ ଗୋବିନ୍ଦ ନାମଦେବଙ୍କ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଜଣେ ବ୍ୟକ୍ତି ନୀଲେଶ ଧ୍ରୁବଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ କଯକ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି। ସେହିପରି ଅନ୍ୟ ଚାରି ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ରହିଛନ୍ତି।

ଏତେ ଜୋରରେ ଏ ଦୁର୍ଘଟଣା ଘଟିଥିଲା ଯେ ବୋଲେରୋଟି ପୂରା ଚୂରମାର ହେବା ସହ ଚାପି ହୋଇ ରହିଯାଇଥିଲା। ପ୍ରଥମେ ଜରପଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଗାଡ଼ି ଭିତରୁ ବାହାର କରିବାକୁ ଉଦ୍ୟମ କରିଥିଲା। ତେବେ ଏହା ସମ୍ଭବ ନ ହେବାରୁ ସେମାନେ ଅନୁଗୋଳ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍‌ କଟର ସାହାଯ୍ୟରେ ଗାଡ଼ିଟିକୁ କାଟି ମୃତାହତଙ୍କୁ ବାହାର କରିଥିଲେ।

ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ‘ସୁଶୀଲ‘ ନାମକ ଘରୋଇ ବସ୍‌ଟି ଭୁବନେଶ୍ୱରରୁ ଝାରସୁଗୁଡ଼ାର ଇବ୍ ଥର୍ମାଲ ଯାଉଥିଲା। ଦୁର୍ଘଟଣା ପରେ ବସ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।

Related story