ହାଟକୁ ଯାଉଥିଲେ,ଗଛରେ ପିଟି ହୋଇ ୧୦ ଫୁଟ୍ ତଳେ ପଡ଼ିଲା ବୋଲେରୋ

କେନ୍ଦୁଝର (ପ୍ରଣୟ ପାଣି): ଗଛରେ ପିଟି ହୋଇ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିଲା ବୋଲେରୋ। ଚାଲିଗଲା ଚାରି ଜଣଙ୍କ ଜୀବନ। ଆଉ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ସୋମଗିରି ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତାହତମାନେ ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର ଟେଣ୍ଟପଶି ଗାଁର। ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ […]

accident1

Jitendra Garnayak
  • Published: Thursday, 31 December 2020
  • , Updated: 31 December 2020, 10:48 AM IST

କେନ୍ଦୁଝର (ପ୍ରଣୟ ପାଣି): ଗଛରେ ପିଟି ହୋଇ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିଲା ବୋଲେରୋ। ଚାଲିଗଲା ଚାରି ଜଣଙ୍କ ଜୀବନ। ଆଉ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ସୋମଗିରି ନିକଟରେ ଘଟିଛି ଏହି ଦୁର୍ଘଟଣା।

ମୃତାହତମାନେ ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର ଟେଣ୍ଟପଶି ଗାଁର। ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ ଯାଉଥିବା ବେଳେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

ପଣ୍ଡାପଡ଼ା ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ଆଉ ଜଣଙ୍କର ହାତ ଭାଙ୍ଗିଛି। ସେହିଭଳି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହତମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି , ରେବତୀ ରାଜ ଓ ଏସ. କେ କମର। କିନ୍ତୁ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି। ସେ ଧରାପଡ଼ିଲେ କେମିତି ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଦ୍ରୁତ ଗତିରେ ଯାଉଥିବା ଯୋଗୁ ଅବା ବିଳମ୍ବିତ ରାତିରେ ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Related story