ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲାରେ ୪ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ପାଟଣାଗଡ଼(ବଂଶୀଧର ସେଠୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍‌ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ଜଣ ନାରାୟଣ ବରିହା, ସ୍ୱରୁପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା। ଗିରଫ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱିକାର କରିଛନ୍ତି। ତେବେ ଫେରାର ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି। ଗତ ୨୧ ତାରିଖରେ ଚିଟିକାମାଲ ଗାଁର ନାରାୟଣ […]

patangraho

Tapaswini Nayak
  • Published: Thursday, 19 September 2019
  • , Updated: 19 September 2019, 06:51 PM IST

ପାଟଣାଗଡ଼(ବଂଶୀଧର ସେଠୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍‌ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ଜଣ ନାରାୟଣ ବରିହା, ସ୍ୱରୁପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା। ଗିରଫ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱିକାର କରିଛନ୍ତି। ତେବେ ଫେରାର ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି।

ଗତ ୨୧ ତାରିଖରେ ଚିଟିକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୁଅ ଲକିକୁ ଜ୍ୱର ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଲକିର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଲକିର ମୃତଦେହକୁ ଆଣି ନିଜ ବାଡ଼ିରେ ପୋତି ଦେଇଥିଲେ।

ଶବ ପୋତାଯାଇଥିବା ଜାଗାରେ କେହି ଜଣେ ଫୁଲ, ସିନ୍ଦୂର ରଖି ଓ ଦୀପ ଜାଳି ପୂଜା ପାଠ କରିଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ଗାଁରେ ବୈଠକ ବସିଥିଲା। ନିଜ ସମ୍ପର୍କୀୟ ଚିନ୍ତାମଣି ଓ ରୁକ୍ମଣୀ ବରିହା ଗୁଣି-ଗାରେଡ଼ି କରୁଥିବା ନାରାୟଣ କହିଥିଲେ। ପରେ ଏ ନେଇ ଲରମ୍ବା ଥାନାରେ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ଚିନ୍ତାମଣିଙ୍କ ସ୍ତ୍ରୀ ରୁକ୍ମଣୀ। ଏପରିକି ତାକୁ ଡାହାଣୀ କହି ଗାଁ ଲୋକେ ନିର୍ଯାତନା ଦେଉଥିବା ରୁକ୍ମଣୀ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ଭିତରେ  ଚାପା ଉତ୍ତେଜନା ଲାଗି ରହିଥିଲେ।

ପୁଲିସ ମାମଲା ସମାଧାନ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିଲା। ଯାହାଫଳରେ ଗତକାଲି ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଦିନ ଦ୍ୱି’ପହରରେ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କରି ଏକ ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସନ୍ଧାନୀ କୁକୁର ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story