୧୫ ଡିଗ୍ରୀ ତଳେ ରାଜ୍ୟର ୪ ସହର, ଜାଣନ୍ତୁ କେଉଁଠି ପଡ଼ିଲାଣି ଅଧିକ ଜାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ଏହି ୪ଟି ସହର ହେଉଛି- ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଲାଣି। ଏଠାରେ ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪ ଓ ଝାରସୁଗୁଡ଼ାରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକର ତାପମାତ୍ରା […]

781

Jitendra Garnayak
  • Published: Saturday, 07 November 2020
  • , Updated: 07 November 2020, 11:47 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ଏହି ୪ଟି ସହର ହେଉଛି- ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା।

ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଲାଣି। ଏଠାରେ ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪ ଓ ଝାରସୁଗୁଡ଼ାରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଓ କଟକର ତାପମାତ୍ରା ଯଥାକ୍ରମେ ୨୦.୬ ଓ ୧୯ ଡିଗ୍ରୀ ରେକର୍ଡ କରାଯାଇଛି।

ଆଗକୁ ଶୀତ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଓଡ଼ିଶାକୁ ପଶୁଛି। ଫଳରେ ଉତ୍ତର ଓଡ଼ିଶା ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି।

Related story