ଘାଟିରେ ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଆଜି ଏକ ଵସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଵସ୍‌ଟି ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରୁ ଶ୍ରମିକ ମାନଙ୍କୁ ନେଇ ତାମିଲନାଡୁ ଯାଉଥିଲା। ତେବେ ଅପରାହ୍ଣ ପ୍ରାୟ ଗୋଟିଏ ବେଳେ ଗୁମ୍ମା ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଶ୍ରମିକ ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। […]

bus1

Jitendra Garnayak
  • Published: Thursday, 10 September 2020
  • , Updated: 10 September 2020, 02:12 PM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଆଜି ଏକ ଵସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଵସ୍‌ଟି ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରୁ ଶ୍ରମିକ ମାନଙ୍କୁ ନେଇ ତାମିଲନାଡୁ ଯାଉଥିଲା। ତେବେ ଅପରାହ୍ଣ ପ୍ରାୟ ଗୋଟିଏ ବେଳେ ଗୁମ୍ମା ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା।

ବସ୍‌ରେ ପ୍ରାୟ ୫୦ ଜଣ ଶ୍ରମିକ ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ରାୟଗଡ଼ା ପୁଲିସ୍ ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Related story