ନୂଆପଡ଼ା ଏସଓଜି କ୍ୟାମ୍ପରେ ଯୁବକଙ୍କୁ ହତ୍ୟା ମାମଲା: ୪ ଯବାନ କୋର୍ଟ ଚାଲାଣ, ଡିଆଇଜି ମାଗିଲେ କ୍ଷମା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଗିରଫ ୪ ଏସ୍ଓଜି ଯବାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୂରା ଘଟଣା ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି। ଏସ୍ଓଜି ଯବାନ ଟିମ୍ ଲିଡର୍ ସବ୍ଇନ୍ସପେକ୍ଟର ଖୁସାରାମ ଭୋଇ, କମାଣ୍ତୋ ଶଶି କୁଜୁର୍, ପ୍ରମୋଦ ଜଗଦଲା ଓ କାମଦେବ ପ୍ରଧାନ। ଏ ୪ ଜଣଙ୍କୁ ଆଜି ହାଜର କରାଯାଇଥିଲା କୋମନା ଗ୍ରାମ ନ୍ୟାୟଳୟରେ। ପରେ ସମସ୍ତଙ୍କୁ ପଠାଇ ଦିଆଯାଇଛି […]

nuapada

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 02:37 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଗିରଫ ୪ ଏସ୍ଓଜି ଯବାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୂରା ଘଟଣା ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି।

ଏସ୍ଓଜି ଯବାନ ଟିମ୍ ଲିଡର୍ ସବ୍ଇନ୍ସପେକ୍ଟର ଖୁସାରାମ ଭୋଇ, କମାଣ୍ତୋ ଶଶି କୁଜୁର୍, ପ୍ରମୋଦ ଜଗଦଲା ଓ କାମଦେବ ପ୍ରଧାନ। ଏ ୪ ଜଣଙ୍କୁ ଆଜି ହାଜର କରାଯାଇଥିଲା କୋମନା ଗ୍ରାମ ନ୍ୟାୟଳୟରେ। ପରେ ସମସ୍ତଙ୍କୁ ପଠାଇ ଦିଆଯାଇଛି ଖଡ଼ିଆଳ ଜେଲ୍। ଏମାନଙ୍କ ବିରୋଧରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ସହ ଲାଗିଛି ଅନ୍ୟାନ୍ୟ ସଂଗୀନ ଦଫ।।

ସେପଟେ ଯବାନଙ୍କ ମାଡ଼ରେ ଗୁରୁତର ହୋଇଥିବା ଅନ୍ୟଜଣେ ଯୁବକ, ନୂତନ ନାୟକ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ବୁର୍ଲା ବଡ଼ ମେଡ଼ିକାଲରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ରାୟପୁର।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏକ ଗାଡ଼ିରୁ ବ୍ୟାଟେରି ଚୋରି କରିବା ଅଭିଯୋଗରେ ଏମାନଙ୍କୁ ସୋସେଙ୍ଗ ଏସ୍ଓଜି କ୍ୟାମ୍ପକୁ ନିଆଯାଇଥିଲା। ଯଦି କେବଳ ଚୋରି ମାମଲା ଥିଲା, ତାହାଲେ ଜଣକୁ ଜୀବନର ମାରିଦେବା ଭଳି କାହିଁକି ଯବାନମାନେ ପିଟିଥିଲେ? ମୃତଦେହକୁ ତରବରିଆ ଭାବେ କାହିଁକି ଜଙ୍ଗଲରେ ପୋତି ଦେଇଥିଲେ?

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘଟଣାର ତଦନ୍ତ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କରିବେ ବୋଲି ବିଧାନସଭାରେ ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କ।

Related story