ତିନି ଦିନରେ କରୋନା ନେଲାଣି ୪ ସାମ୍ୱାଦିକଙ୍କ ଜୀବନ!

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତ ତିନି ଦିନ ଭିତରେ ମହାମାରୀ କରୋନା ଗଞ୍ଜାମ ଜିଲ୍ଲାରୁ ୪ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ନେଇଛି। ଶୁକ୍ରବାର ମନୋଜ କୁମାର ସାହୁ ଓ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ କରୁଣାକର ସାହୁ ଏବଂ ନରେଶ ବେହେରାଙ୍କ ଜୀବନ ଯାଇଛି। ଏହି ୪ ଜଣଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳି ଯାଇଛି। ଗତ ବୁଧବାର ଚିକିଟି ବ୍ଲକ ନୀତିଦିନ ଖବରକାଗଜର ପ୍ରତିନିଧି ମନୋଜ କୁମାର […]

journalist

Manoranjan Sial
  • Published: Friday, 23 April 2021
  • , Updated: 23 April 2021, 05:23 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତ ତିନି ଦିନ ଭିତରେ ମହାମାରୀ କରୋନା ଗଞ୍ଜାମ ଜିଲ୍ଲାରୁ ୪ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ନେଇଛି। ଶୁକ୍ରବାର ମନୋଜ କୁମାର ସାହୁ ଓ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ କରୁଣାକର ସାହୁ ଏବଂ ନରେଶ ବେହେରାଙ୍କ ଜୀବନ ଯାଇଛି। ଏହି ୪ ଜଣଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳି ଯାଇଛି।

ଗତ ବୁଧବାର ଚିକିଟି ବ୍ଲକ ନୀତିଦିନ ଖବରକାଗଜର ପ୍ରତିନିଧି ମନୋଜ କୁମାର ସାହୁ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ସେହିପରି ଗୋବିନ୍ଦ ବେହେରା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଗତ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ବରିଷ୍ଠ ସାମ୍ୱାଦିକ କରୁଣାକର ସାହୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ହିଞ୍ଜିଳିକାଟୁ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ତାଙ୍କର ଜୀବନ ବଞ୍ଚାଇ ପାରିଲେନାହିଁ। ତାଙ୍କର ମୃତ୍ୟୁ  ଘଟିଛି। ସେହିପରି ଏକ ୱେବ ମିଡିଆର ସମ୍ପାଦକ ନରେଶ ବେହେରା କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି।

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୩୦୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୧୪୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୬୦୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story