୪ କିଲୋ ସୁନା, ୨୩୫ କିଲୋ ରୁପା ଜବତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମରୁ ୪ କିଲୋ ସୁନା ଓ ୨୩୫ କିଲୋ ରୁପା ଜବତ ହୋଇଛି। ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଏନେଇ ସୂଚନା ଦେଇଛନ୍ତି। ଏହି ସବୁ ଅଳଙ୍କାର ତାମିଲନାଡୁରୁ ଆସୁଥିଲା। ୩ ଜଣ ଯୁବକ ଏକ କାରରେ ତାମିଲନାଡୁର ସେଲମରୁ ୪ କିଲୋ ସୁନା ଓ ୨୩୫ କେଜି ରୁପା ଧରି ବ୍ରହ୍ମପୁର ଅଭିମୁଖେ ଅସୁଥିଲେ। ଦୁର୍ଭାଗ୍ୟକୁ ଗୋଷାଣୀ-ନୂଆଗାଁ ଥାନା ଅନ୍ଧପସରା ରାସ୍ତାରେ ପୁଲିସ ଚେକିଂ କରୁଥିଲା। ପୁଲିସ ଉକ୍ତ ଗାଡ଼ିକୁ ଯାଞ୍ଚ କରିବାରୁ […]

gold

Manoranjan Sial
  • Published: Saturday, 05 December 2020
  • , Updated: 05 December 2020, 10:17 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମରୁ ୪ କିଲୋ ସୁନା ଓ ୨୩୫ କିଲୋ ରୁପା ଜବତ ହୋଇଛି। ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଏନେଇ ସୂଚନା ଦେଇଛନ୍ତି। ଏହି ସବୁ ଅଳଙ୍କାର ତାମିଲନାଡୁରୁ ଆସୁଥିଲା।

୩ ଜଣ ଯୁବକ ଏକ କାରରେ ତାମିଲନାଡୁର ସେଲମରୁ ୪ କିଲୋ ସୁନା ଓ ୨୩୫ କେଜି ରୁପା ଧରି ବ୍ରହ୍ମପୁର ଅଭିମୁଖେ ଅସୁଥିଲେ। ଦୁର୍ଭାଗ୍ୟକୁ ଗୋଷାଣୀ-ନୂଆଗାଁ ଥାନା ଅନ୍ଧପସରା ରାସ୍ତାରେ ପୁଲିସ ଚେକିଂ କରୁଥିଲା। ପୁଲିସ ଉକ୍ତ ଗାଡ଼ିକୁ ଯାଞ୍ଚ କରିବାରୁ ସୁନା ଓ ରୁପା ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ସୁନା ଓ ରୁପା କେଉଁଠିକି ଯାଉଥିଲା, ତାହା ଜଣାପଡ଼ିନି। ପୁଲିସ ବିଭିନ୍ନ ନିଗରୁ ତଦନ୍ତ ଆରମ୍ଭ କରିଛି।

Related story