ନାରାୟଣପାଟଣା ଗୁଳି ବିନିମୟରେ ୪ ମହିଳା ମାଓବାଦୀ ମୃତ

କୋରାପୁଟ( ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ ମହିଳା ମାଓବାଦୀ ନିହତ ହୋଇଛନ୍ତି। ଡୋକରୀ ଘାଟିରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ ଓ ପୋଲିସ। ଅପରେସନ ବେଳେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ୩ ବନ୍ଧୁକ ସହ ୧୦ଟି କିଟ୍ ବ୍ୟାଗ୍‌ ଜବତ କରିଛି ପୋଲିସ। ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ୍‌ ଓ ଏସଓଜି […]

koraput

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 02:49 PM IST

କୋରାପୁଟ( ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ ମହିଳା ମାଓବାଦୀ ନିହତ ହୋଇଛନ୍ତି। ଡୋକରୀ ଘାଟିରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ ଓ ପୋଲିସ। ଅପରେସନ ବେଳେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ୩ ବନ୍ଧୁକ ସହ ୧୦ଟି କିଟ୍ ବ୍ୟାଗ୍‌ ଜବତ କରିଛି ପୋଲିସ।

ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ୍‌ ଓ ଏସଓଜି ପକ୍ଷରୁ ମିଳିତ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା। ସମସ୍ତ ନିହତ ମାଓବାଦୀ ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିବା ଜଣାପଡ଼ିଛି।

ଏନ୍‌କାଉଣ୍ଟରରେ ୪ ମାଓବାଦୀ ମୃତ୍ୟୁ ନେଇ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,“ ମାଓବାଦୀ ଗୁଳି କରିବାରୁ, ସୁରକ୍ଷା କର୍ମୀ ଜବାବ ଦେଇଥିଲେ। ଏନକାଉଣ୍ଟର ପରେ କାଲି ମହିଳା ମାଓବାଦୀଙ୍କ ମୃତଦେହ ମିଳିଥିଲା। ସମସ୍ତେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ। ଦୁର୍ଦ୍ଦାନ୍ତ ମାଓନେତ୍ରୀ ଅରୁଣା ସେମାନଙ୍କ ନେତୃତ୍ୱ ନେଉଥିବା ସୂଚନା ମିଳିଛି। ମୃତ ୪ ମହିଳାଙ୍କ ମଧ୍ୟରେ ଅରୁଣା ଅଛନ୍ତି କି ନାହିଁ ଜଣାପଡ଼ିନି।”

Related story