ରାଜ୍ୟରେ କେତେ ଧାନ କିଣାଯାଇଛି? ମନ୍ତ୍ରୀ ଦେଲେ ଉତ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖରିଫ୍‌ ଧାନ କିଣା ଆରମ୍ଭ ହୋଇଯାଇଛି। ଆଜି ସୁଦ୍ଧା ୧୬ ଜିଲ୍ଲାରୁ ୪ ଲକ୍ଷ ୬୮୧୧୦ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ମୋଟ୍‌ ୭୧ ହଜାର ୭୪୪ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ଆଜି ସୁଦ୍ଧା ୫୭୦ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି। ଅନ୍ୟ ୧୪ ଜିଲ୍ଲାରେ ନିର୍ଦ୍ଧାରିତ ତାରିଖରେ ଧାନ କିଣାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ସେ କହିଛନ୍ତି-“ବରଗଡ଼ […]

raja-swai

Manoranjan Sial
  • Published: Saturday, 05 December 2020
  • , Updated: 05 December 2020, 04:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖରିଫ୍‌ ଧାନ କିଣା ଆରମ୍ଭ ହୋଇଯାଇଛି। ଆଜି ସୁଦ୍ଧା ୧୬ ଜିଲ୍ଲାରୁ ୪ ଲକ୍ଷ ୬୮୧୧୦ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ମୋଟ୍‌ ୭୧ ହଜାର ୭୪୪ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ଆଜି ସୁଦ୍ଧା ୫୭୦ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି। ଅନ୍ୟ ୧୪ ଜିଲ୍ଲାରେ ନିର୍ଦ୍ଧାରିତ ତାରିଖରେ ଧାନ କିଣାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ସେ କହିଛନ୍ତି-“ବରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ଲକ୍ଷ ୩୨ ହଜାର ୮୩୪ ମେଟ୍ରିକ୍‌ ଟନ୍‌ ଧାନ କିଣାଯାଇଛି। ସେହିପରି ବଲାଙ୍ଗିରରୁ ୨୧ ହଜାର ମେଟ୍ରିକ୍‌ ଟନ୍‌, କଳାହାଣ୍ଡିରୁ ୫୯ ହଜାର ୧୪୭ ମେଟ୍ରିକ୍‌ ଟନ୍‌, କୋରାପୁଟରୁ ୧୩ ହଜାର ୭୦୦ ମେଟ୍ରିକ୍‌ ଟନ୍‌, ନୂଆପଡ଼ାରୁ ୧୯ ହଜାର ୧୦୦ ମେଟ୍ରିକ୍‌ ଟନ୍‌, ସମ୍ୱଲପୁରରୁ ୭୨ ହଜାର ୮୧୩ ମେଟ୍ରିକ୍‌ ଟନ୍‌, ସୁବର୍ଣ୍ଣପୁର ଜିଲ୍ଲାରୁ ୩୨ ହଜାର ୮୦୫ ମେଟିକ୍‌ ଟନ୍‌ ଧାନ କିଣାଯାଇଛି।”

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି-“ରାଜ୍ୟରେ ଯେଉଁ ଚାଷୀଙ୍କୁ ଟୋକନ୍‌ ପାଇନାହାନ୍ତି, ସେମାନଙ୍କୁ ଖୁବ୍‌ ଶୀଘ୍ର ମିଳିନି। ସେମାନଙ୍କର କାଗଜପତ୍ର ଯାଞ୍ଚ ପରେ ଟୋକନ ଦିଆଯିବ।”

Related story