ଖଣ୍ଡାରେ ହାଣି ଲୁଟି ନେଲେ ୪ ଲକ୍ଷ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ଝରିଗାଁ ବ୍ଲକ୍ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକ୍ ଯୋଗେ ନିକଟସ୍ଥ କଂଗ୍ରା ବଜାରକୁ ଯାଉଥିଲେ। ବାଟରେ ଚକଲାପଦର ପୂର୍ବରୁ ପଲ୍‌ସରେ ଆସି ତିନି ଜଣ ଯୁବକ ହଠାତ୍ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। […]

attack

Jitendra Garnayak
  • Published: Monday, 18 January 2021
  • , Updated: 18 January 2021, 01:53 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ।

ଝରିଗାଁ ବ୍ଲକ୍ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକ୍ ଯୋଗେ ନିକଟସ୍ଥ କଂଗ୍ରା ବଜାରକୁ ଯାଉଥିଲେ। ବାଟରେ ଚକଲାପଦର ପୂର୍ବରୁ ପଲ୍‌ସରେ ଆସି ତିନି ଜଣ ଯୁବକ ହଠାତ୍ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଡାହାଣ ହାତରେ ଚୋଟ ପକାଇଥିଲେ ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଛୁ ମାରିଥିଲେ।

ସ୍ଥାନୀୟ ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ଖବର ପାଇ ଝରିଗାଁ ଥାନା ଅଧିକାରୀ ଉମେଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତା’ସହିତ ଜିଲ୍ଲା ପୁଲିସ୍ ପକ୍ଷରୁ ଝରିଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ୍ ମୁତୟନ କରାଯାଇଥିବା ସୂଚନା ମିଳିଛି।

Related story