ଆମେ ବି କାହାଠୁ କମ୍‌ ନୋହୁଁ...

ସାଲେପୁର (ଓଡ଼ିଶା ରିପୋର୍ଟର): ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ।  ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ୧୮ତମ ପାରାଆଥଲେଟିକ ଚାଂପିଅନସିପ୍ ପାଇଁ  ଏମାନେ ମନୋନୀତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହେଲେ ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଏହି ୪ ଜଣ ଖେଳାଳିଙ୍କ ପରବର୍ତ୍ତୀ ଯାତ୍ରା ପାଇଁ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ସାଲେପୁର ପାଇଁ ଗୌରବ ଆଣିଛନ୍ତି ଏହି […]

OR photo2018-03-17-10h51m30s089

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 01:58 PM IST

ସାଲେପୁର (ଓଡ଼ିଶା ରିପୋର୍ଟର): ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ।  ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ୧୮ତମ ପାରାଆଥଲେଟିକ ଚାଂପିଅନସିପ୍ ପାଇଁ  ଏମାନେ ମନୋନୀତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହେଲେ ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଏହି ୪ ଜଣ ଖେଳାଳିଙ୍କ ପରବର୍ତ୍ତୀ ଯାତ୍ରା ପାଇଁ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି।

ସାଲେପୁର ପାଇଁ ଗୌରବ ଆଣିଛନ୍ତି ଏହି ୪ ଦିବ୍ୟାଙ୍ଗ ଖେଳାଳି  ବିଦ୍ୟାଧର ବେହେରା, ନାଗାର୍ଜୁନ ସେଠୀ, ପରମାନନ୍ଦ ମହାନ୍ତି ଓ  କୃଷ୍ଣଚନ୍ଦ୍ର। ଆସନ୍ତା ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାରେ ହେବାକୁ ଥିବା ୧୮ତମ ପାରାଆଥଲେଟିକ ଚାଂପିଅନସିପରେ ଏମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଜାଭଲିନ୍ ଥ୍ରୋ, ଡିସକସ୍ ଥ୍ରୋ ଓ ସଟଫୁଟ୍ ଥ୍ରୋ ଭଳି  ପ୍ରତିଯୋଗିତାରେ ଏମାନେ ଭାଗ ନେବେ। ହାତରେ ଆଉ ମାତ୍ର ସପ୍ତାହେ ସମୟ ଥିବାବେଳେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏମାନେ ଜୋରସୋରରେ ଅଭ୍ୟାସରେ ଲାଗି ପଡ଼ିଛନ୍ତି। ଆଉ ପ୍ରଶିକ୍ଷଣ ଦେଉଥିବା କ୍ରୀଡ଼ା ଶିକ୍ଷକ ବସନ୍ତ ଲେଙ୍କା ବି ଏମାନଙ୍କ  ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି। ଓଡ଼ିଶା ପାଇଁ ଏମାନେ ନିଶ୍ଚିତ ରୂପେ ଗୌରବ ଆଣିବେ ବୋଲି ଆଶାବାଦୀ ଅଛନ୍ତି।

ଓଡ଼ିଶା ପାରାଅଲିମ୍ପିକ ଦ୍ୱାରା ଏମାନେ ମନୋନୀତ ହୋଇଛନ୍ତି  କିନ୍ତୁ ଆଗକୁ ଯିବା ପାଇଁ ଆର୍ଥିକ ଅନାଟନ ଏମାନଙ୍କ ପାଇଁ ସାଜିଛି  ବାଧକ। ଆଜିଯାଏଁ କେବଳ ନିଜସ୍ୱ ଉଦ୍ୟମରେ ଏପର୍ଯ୍ୟନ୍ତ  ଆସିପାରିଛନ୍ତି ଏମାନେ। ସରକାରୀ କିମ୍ବା ବେସରକାରୀ ସ୍ତରରେ ଏମାନଙ୍କ ପାଇଁ ଆର୍ଥିକ  ସହାୟତା ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି।

https://www.youtube.com/watch?v=poRwFMN74TQ

Related story