‘ଓମିକ୍ରନ ସଂକ୍ରମିତ ଦେଶରୁ୯୮୨ ଆସିଥିବା ବେଳେ ୪ ପଜିଟିଭ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓମିକ୍ରନ ସଂକ୍ରମଣ ଆରମ୍ଭ ହେବାଠାରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଓମିକ୍ରନ ରିସ୍କ ତଥା ଆଟ ରିସ୍କ ଦେଶରୁ ଓଡ଼ିଶାକୁ ୯୮୨ ଜଣ  ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେମାନେ ସୁସ୍ଥ ଅଛନ୍ତି ଓ ଏକାନ୍ତବାସରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  । ସେ କହିଛନ୍ତି, ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ […]

NIRANJAN_MISHRA_

Tapaswini Nayak
  • Published: Wednesday, 08 December 2021
  • , Updated: 08 December 2021, 01:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓମିକ୍ରନ ସଂକ୍ରମଣ ଆରମ୍ଭ ହେବାଠାରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଓମିକ୍ରନ ରିସ୍କ ତଥା ଆଟ ରିସ୍କ ଦେଶରୁ ଓଡ଼ିଶାକୁ ୯୮୨ ଜଣ  ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେମାନେ ସୁସ୍ଥ ଅଛନ୍ତି ଓ ଏକାନ୍ତବାସରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ।

ସେ କହିଛନ୍ତି, ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ସେମାନେ ଫେରାର ନାହାନ୍ତି। କିଛି ଫୋନ ଉଠାଉ ନାହାନ୍ତି, ଆମ ସ୍ୱାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରିବା କାମରେ ଲାଗିଛନ୍ତି। ଯଦି ତୃତୀୟ ଲହର ଆସେ, ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହରରୁ ରାଜ୍ୟ ଅନେକ କିଛି ଶିକ୍ଷା ପାଇଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ କୋକୁଆ ଭୟ ସୃଷ୍ଟି କରିଛି। ସଂକ୍ରମିତଙ୍କ ମାମଲା ଲଗାତାର ବଢ଼ି ଚାଲିଛି। ଏହି ନୂଆ ଭାରିଏଣ୍ଟ ଡେଲ୍ଟା ସମେତ ଅନ୍ୟ ଭାରିଏଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

Related story