କରୋନା : ୪ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ଓଡ଼ିଶା ସରକାର ଆଜି ୪ ଜଣ ଯୁବ ଆଇଏଏସଙ୍କୁ ସ୍ୱତନ୍ତ୍ର ଅଫିସର ଭାବେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୧୭ ମସିହା ବ୍ୟାଚର ଏହି ଅଫିସରମାନେ ନିଜର ଦାୟିତ୍ୱ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ‘ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି’ ଭାବେ କାର୍ଯ୍ୟ କରିବେ। କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ଦିଗରେ ଏହି ଅଫିସରମାନେ ଆବଶ୍ୟକ ପଦକ୍ଷେପ ନେବେ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟ, ପି.ଅନ୍ୱେଷା ରେଡ୍ଡୀ, ପାଟିଲ ଆଶୀଷ ଈଶ୍ୱର ଓ ଟିଏସ୍ ଦିବାକରଙ୍କୁ ଓଏସଡି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ରାଜ୍ୟବ୍ୟାପୀ କରୋନା ଭାଇରସର ପ୍ରତିଷେଧକ ଓ ବ୍ୟାପିବା ଉପରେ ସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନା ଭାଇରସ୍ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଗତକାଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କ ନେତୃତ୍ୱରେ ଆଇଇସି(ଇନଫରମେସନ-ଏଜୁକେସନ ଓ କମ୍ୟୁନିକେସନ) ଟିମ୍ ଗଠନ କରିଥିଲେ। ଏହାସହିତ ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ

କରୋନା କେଉଁଠୁ ଆସିଛି? ଅକ୍ଟୋବରରେ WHOକୁ ରିପୋର୍ଟ ଦେବ ତଦନ୍ତ କମିଟି

ରାହୁଲ୍‌ଙ୍କ ୧୩୨, ଆରସିବିକୁ ହରାଇଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ

ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା

ରାସ୍ତା କଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ ରଖିଲେ ମିଳିବ ଟଙ୍କା

ଆଇପିଏଲରେ ରାହୁଲଙ୍କ ରନ୍ ବର୍ଷା

ଆରୋଗ୍ୟ ହେଲେ ୩୭୭୯ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଓଡ଼ିଶାରେ ଦିଗବିଜୟ: କହିଲେ- କେନ୍ଦ୍ରର ଚାଷ ବିଲ୍‌ ଚାଷୀ ବିରୋଧୀ

ଟସ୍ ଜିତିଲା ଆରସିବି, ପ୍ରଥମେ କରିବ ଫିଲ୍ଡିଂ

ଭରା ନଈରେ ଦୁଇ ଅଙ୍ଗନବାଡ଼ି କର୍ମୀ

କରୋନା ପାଇଁ ମନଇଚ୍ଛା ଔଷଧ ନଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱରରୁ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୨୯ ଲୋକାଲ୍‌ କେସ

ଆଜି ରାହୁଲ୍-କୋହଲି ଲଢ଼େଇ