ଆଶ୍ଚର୍ଯ୍ୟ: ୪ ବର୍ଷର ପିଲା, ମନେ ରଖିଛି ୮୦ଟି କାର୍‌ ବ୍ରାଣ୍ଡ

Ordigital Desk
  • Published: Thursday, 05 April 2018
  • , Updated: 05 April 2018, 02:17 PM IST
<p>କୋରାପୁଟ (ଓଡ଼ିଶା ରିପୋର୍ଟର): ବର୍ଣ୍ଣବୋଧ ପଢିବା ବୟସରେ ତୁଣ୍ଡରୁ ବାହାରୁଛି ବ୍ରହ୍ମାଣ୍ଡର କଥା। ତାର ପାଟି ଖୋଲିଲେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଲୋକେ। ଆମେ କହୁଛୁ କୋରାପୁଟର ଶିଶୁ ସାଇ ଅନିଶଙ୍କ କଥା। ମାତ୍ର ସାଢେ ୪ବର୍ଷ ବୟସରେ ପାଟିରେ ସଜା ହୋଇଛି ୮୦ ପ୍ରକାର ବ୍ରାଣ୍ଡର ନାଁ। ଏଥିପାଇଁ ସାଇ ଏବେ ଚର୍ଚ୍ଚାରେ।</p> <p>ଖେଳକୁଦ କରିବା ସମୟରେ ଅନିଶ ଜାତୀୟ, ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇ ସାରିଲେଣି। ତାଙ୍କର ଏହି ସଫଳତା ପରେ ଅନିଶକୁ ଏବେ ନୂଆ ନାଁ ମିଳିଛି ତାହା ହେଲା ସ୍ମରଣଶକ୍ତିର ସେହେନ୍&zwnj;ସା। ୩ ମିନିଟ ୬ ସେକେଣ୍ଡରେ ଗୋଟିଏ କି ଦୁଇଟି ନୁହେଁ ୮୦ଟି କାର ନାଁ କହି ସେ ନାଇଜେରିଆ ୱାଲର୍ଡ଼ ଗିନିସ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।</p> <p>ସାଇ ଅନିଶଙ୍କ ବାପା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସରେ ଚାକିରି କରୁଛନ୍ତି। କୁନି ଅନିଶ ଏକ ଘରୋଇ ଇଂଲିଶ ମିଡ଼ିୟମ୍ ସ୍କୁଲରେ ପାଠ ପଢୁଛି। ସାଇଙ୍କ ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହେଁ, ସମସ୍ତେ ଏବେ ଖୁସି ଅଛନ୍ତି ଏବଂ&nbsp; ଆଗକୁ ଆହୁରି ସଫଳ ହୁଅନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି।</p> <p>&amp;nbsp;</p>

Related story