ପୁରୁଷୋତ୍ତମପୁରରେ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ୪୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଏନଏସିର ନନ୍ଦିକ, କଂସାରୀ ସାହି,ଟାଙ୍ଗୁଡିଆ ପଦର, ଗଡ଼ସାହି ଏବଂ ବସଷ୍ଟାଣ୍ଡ ସାହି ଆଦି ୫ଟି ୱାର୍ଡର ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଝାଡାବାନ୍ତି ବ୍ୟାପିବା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ପରିମଳ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ବାସିନ୍ଦା ଜନସ୍ୱାସ୍ଥ୍ୟ ବିଭାଗର […]

da

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 06:38 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ୪୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଏନଏସିର ନନ୍ଦିକ, କଂସାରୀ ସାହି,ଟାଙ୍ଗୁଡିଆ ପଦର, ଗଡ଼ସାହି ଏବଂ ବସଷ୍ଟାଣ୍ଡ ସାହି ଆଦି ୫ଟି ୱାର୍ଡର ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ଝାଡାବାନ୍ତି ବ୍ୟାପିବା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ପରିମଳ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ବାସିନ୍ଦା ଜନସ୍ୱାସ୍ଥ୍ୟ ବିଭାଗର ଦୂଷିତ ପାଣିକୁ ଦାୟୀ କରିଛନ୍ତି।

ତେବେ ଝାଡ଼ାବାନ୍ତି କେଉଁ କାରଣରୁ ବ୍ୟାପିଛି ସେ ନେଇ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ମୁନା ସେନାପତି  କହିଛନ୍ତି,“ଦୂଷିତ ପାଣି ପିଇବା ଯୋଗୁଁ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି।

ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ.ଶରତ କୁମାର ସାମଲ କହିଛନ୍ତି, “ଗତକାଲି ଠାରୁ ଏପର୍ଯ୍ୟନ୍ତ ୬ ରୁ ୭ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ତିନି ଦିନ ହେବ ପ୍ରାୟ ୩୦ରୁ ଅଧିକ ଲୋକ ଏନଏସି ଅଞ୍ଚଳରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।”

Related story