ମହିଳାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଗଣଦୁଷ୍କର୍ମ

କୁଚିଣ୍ଡା:(ଓଡ଼ିଶା ରିପୋର୍ଟର) ମହିଳାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଗଣଦୁଷ୍କର୍ମ। ଏମିତି ଏକ ଅଭାବନୀୟ ଘଟଣା ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଘଟିଛି। ଏନେଇ କୁଚିଣ୍ଡା ପୁଲିସ ୨ ଜଣଙ୍କୁ ଅଟକ ରଖିଛି।  ସୂଚନା ଅନୁଯାୟୀ, ୪୦ ବର୍ଷୀୟ ସମ୍ପୃକ୍ତ ମହିଳା ଜଣକ ଗତ ଶୁକ୍ରବାର ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ। ସୋମବାର ମହିଳା ଜଣକ ଜଙ୍ଗଲିଆ ରାସ୍ତା ଦେଇ ଏକା ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ସ୍ଥାନୀୟ ଲୋକେ ତାଙ୍କୁ ଉଠାଇ ନେଇ […]

rape

Tapas Behera
  • Published: Thursday, 07 January 2021
  • , Updated: 07 January 2021, 04:58 PM IST

କୁଚିଣ୍ଡା:(ଓଡ଼ିଶା ରିପୋର୍ଟର) ମହିଳାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଗଣଦୁଷ୍କର୍ମ। ଏମିତି ଏକ ଅଭାବନୀୟ ଘଟଣା ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଘଟିଛି। ଏନେଇ କୁଚିଣ୍ଡା ପୁଲିସ ୨ ଜଣଙ୍କୁ ଅଟକ ରଖିଛି।  ସୂଚନା ଅନୁଯାୟୀ, ୪୦ ବର୍ଷୀୟ ସମ୍ପୃକ୍ତ ମହିଳା ଜଣକ ଗତ ଶୁକ୍ରବାର ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ। ସୋମବାର ମହିଳା ଜଣକ ଜଙ୍ଗଲିଆ ରାସ୍ତା ଦେଇ ଏକା ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ସ୍ଥାନୀୟ ଲୋକେ ତାଙ୍କୁ ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ।

ପରେ ମହିଳା ଜଣକ ଘରକୁ ପଳାଇ ଆସିଥିଲେ ମଧ୍ୟ ଲୋକଲଜ୍ଜା ଭୟରେ କାହାକୁ କିଛି କହି ନଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କୁ  ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ପଚରାଉଚୁରୁରା କରିବାରୁ ମହିଳା ଜଣକ ସବୁ କଥା କହିଥିଲେ ।ଏନେଇ ଗତକାଲି କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Related story