୪୧ ଓଏଏସ ଅଫିସରଙ୍କ ବଦଳି: କିଏ କେଉଁଠିକି ଗଲେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସ ଅଫିସରସ୍ତରରେ ବଡ଼ଧରଣର ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ, ପଂଚାୟତିରାଜ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ପୃଥକ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୪ ଜଣ ବରିଷ୍ଠ ଓଏଏସଙ୍କୁ ବଦଳି କରାଯାଇଥିବାବେଳେ ୩ ଜଣଙ୍କ ବଦଳି ବାତିଲ ହୋଇଛି। ଆଲୋକ କୁମାର କର ସ୍କୁଲ ଓ ଗଣଶିକ୍ଷା ବିଭାଗର […]

Sachivalaya

Manoranjan Sial
  • Published: Monday, 14 September 2020
  • , Updated: 14 September 2020, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସ ଅଫିସରସ୍ତରରେ ବଡ଼ଧରଣର ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ, ପଂଚାୟତିରାଜ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ପୃଥକ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୪ ଜଣ ବରିଷ୍ଠ ଓଏଏସଙ୍କୁ ବଦଳି କରାଯାଇଥିବାବେଳେ ୩ ଜଣଙ୍କ ବଦଳି ବାତିଲ ହୋଇଛି। ଆଲୋକ କୁମାର କର ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ସୂର୍ଯ୍ୟନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ଶତ୍ରୁଘ୍ନ କର ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ, ଭବେଶ କୁମାର ନାୟକ ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ କୃଷ୍ଣପ୍ରସାଦ ପତି, ମୋହନ ଚରଣ ଦାସ ଓ ନିତ୍ୟାନନ୍ଦ ବାରିକଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି।

ସେହିପରି ପଂଚାୟତିରାଜ ବିଭାଗର ବିଜ୍ଞପ୍ତି ଅନୁସାରେ ୧୨ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡିଓ ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ଅମୃତା ପ୍ରିୟମ୍ବଦାଙ୍କୁ ପିପିଲି ବିଡିଓ, ସରୋଜ କୁମାର ରାଉତଙ୍କୁ ଜଟଣୀ ବିଡିଓ, ହୃଦାନନ୍ଦ ଅଧାଙ୍କୁ ଯଶୀପୁର ବିଡିଓ, ମଧୁସୂଦନ ନାୟକଙ୍କୁ ସୁନ୍ଦରଗଡ଼ ବିଡିଓ, ଜନ୍ମେଜୟ ବେହେରା ବିଶ୍ରା ବିଡିଓ, ତାରିଣୀ ସୁନାଙ୍କୁ ଦେଓଗାଁ ବିଡିଓ, ନବୀନ କିଶୋର ପାଢ଼ୀଙ୍କୁ ଖପ୍ରାଖୋଲ ବିଡିଓ, ଶରତ କୁମାର ସେଠୀଙ୍କୁ ଧର୍ମଗଡ଼ ବିଡିଓ, ଦାଶରଥୀ ସରବୁଙ୍କୁ କୋଟପାଟ ବିଡିଓ, ଅଂଶୁମାନ ମହାପାତ୍ରଙ୍କୁ କୋରକୋଣ୍ଡା ବିଡିଓ ଓ ଶ୍ୟାମଳ କୁମାର ରାୟଙ୍କୁ ଅନୁଗୋଳ କିଶୋରନଗର ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି।
ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ୨୨ଜଣ ଓଆରଏସ୍ ଅଫିସରଙ୍କୁ ପଦୋନ୍ନତି ଦିଆଯାଇ ଓଏଏସ୍ ଅଫିସର ଭାବେ ବିଭିନ୍ନ ସ୍ଥାନରେ ତହସିଲଦାର ଓ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି।

Related story