ମାନସିକ ଅନଗ୍ରସର ବିଦ୍ୟାଳୟରେ ପଶିଲା ଭିଜିଲାନ୍ସ

ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ପଶି ଭିଜିଲାନ୍ସ ଟିମ୍‌।  ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ ପହଞ୍ଚି  ଖୋଳତାଡ଼ କରିଛନ୍ତି  । ଏହି  ଶିକ୍ଷାନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ ଙ୍କ ନାମରେ ପୂର୍ବରୁ ବହୁ ଅର୍ଥ ହଡ଼ପ […]

raid

Niharika Rout
  • Published: Thursday, 21 July 2022
  • , Updated: 21 July 2022, 09:12 AM IST

ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ପଶି ଭିଜିଲାନ୍ସ ଟିମ୍‌।  ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ ପହଞ୍ଚି  ଖୋଳତାଡ଼ କରିଛନ୍ତି  ।

ଏହି  ଶିକ୍ଷାନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ ଙ୍କ ନାମରେ ପୂର୍ବରୁ ବହୁ ଅର୍ଥ ହଡ଼ପ ଅଭିଯୋଗ ଆସିଥିଲା । ଆଜି ଭିଜିଲାନ୍ସ ଟିମ ପହଞ୍ଚି ସେଗୁଡିକର ଖୋଳତାଳ ଆରମ୍ଭ କରିଛି l ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ଖୋଳତାଳ ପାଇଁ ଦାବି କରାଯାଇଥିଲା l ଆଜି ଭିଜିଲାନ୍ସ ଟିମ ପହଞ୍ଚି ଖୋଳତାଳ ଜାରି ରଖିଛନ୍ତି । ଏ ନେଇ ଭିଜିଲାନ୍ସ ଟିମର କୌଣସି ପ୍ରତିକ୍ରିୟା ମିଳିନି।

Related story