୨୦ ଦିନରେ ୪୨୬୭ଟି DL ବାତିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ରୁ ୨୧ ତାରିଖ ଭିତରେ ରାଜ୍ୟରେ ୪୨୬୭ଟି DL ୩ ମାସ ପାଇଁ ବାତିଲ ହୋଇଛି। ମଦ ପିଇ ଗାଡ଼ି ଚାଳନା, ଦ୍ରୁତଗତି ଓ ସିଗ୍‌ନାଲ୍‌ ଭାଙ୍ଗିବା ଅଭିଯୋଗରେ ବାତିଲ କରାଯାଇଛି। ଏହାଛଡ଼ା ଓଭରଲୋଡ୍‌, ଗାଡ଼ି ଚାଳନା ବେଳେ ମୋବାଇଲ୍‌ ବ୍ୟବହାର, ଅଧିକ ଯାତ୍ରୀ ପରିବହନ ଓ ହେଲମେଟ୍‌ ନପିନ୍ଧିବା ଯୋଗୁ ବାତିଲ କରାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। 4267 DLs suspended from 1st […]

traffic

Manoranjan Sial
  • Published: Friday, 22 January 2021
  • , Updated: 22 January 2021, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ରୁ ୨୧ ତାରିଖ ଭିତରେ ରାଜ୍ୟରେ ୪୨୬୭ଟି DL ୩ ମାସ ପାଇଁ ବାତିଲ ହୋଇଛି। ମଦ ପିଇ ଗାଡ଼ି ଚାଳନା, ଦ୍ରୁତଗତି ଓ ସିଗ୍‌ନାଲ୍‌ ଭାଙ୍ଗିବା ଅଭିଯୋଗରେ ବାତିଲ କରାଯାଇଛି। ଏହାଛଡ଼ା ଓଭରଲୋଡ୍‌, ଗାଡ଼ି ଚାଳନା ବେଳେ ମୋବାଇଲ୍‌ ବ୍ୟବହାର, ଅଧିକ ଯାତ୍ରୀ ପରିବହନ ଓ ହେଲମେଟ୍‌ ନପିନ୍ଧିବା ଯୋଗୁ ବାତିଲ କରାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

https://twitter.com/STAOdisha/status/1352614865249030145?s=20

ସୂଚନାରୁ ପ୍ରକାଶ, ବାରମ୍ୱାର ଘଟୁଥିବା ଦୁର୍ଘଟଣାକୁ ଦେଖି ସରକାର ନୂଆ ମୋଟରଯାନ ଆଇନ୍‌କୁ କଡ଼ାକଡ଼ି କରିଛନ୍ତି। ହେଲେ ଅମାନିଆମାନେ ଏହି ଆଇନ୍‌କୁ ମାନିବାକୁ ନାରାଜ। ଖୋଲମ୍‌ଖୁଲା ଆଇନ୍‌କୁ ଉଲ୍ଲଙ୍ଘନ କରିଛନ୍ତି। କିଏ ହେଲ୍‌ମେଟ୍‌ ପିନ୍ଧୁନି ତ ଆଉ କିଏ ଦ୍ରୁତ ଗତିରେ ଯାଇ ସିଗ୍‌ନାଲ ଭାଙ୍ଗୁଛି। ଏହି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପରିବହନ ବିଭାଗ ଜରିମାନା କରିଛି। ଏପରିକି ସାମୟିକ ଭାବେ ଡିଏଲ୍‌ ବାତିଲ କରିଛି।

Related story