୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ମିଳିଛି ୬୦ ହଜାର ୮୩୬ କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଗତ ୬ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍‌ ମିଡିଆରେ ସୂଚନା ଦେଇଛନ୍ତି। ୨୦୧୬-୧୭ ଠାରୁ #PMFBY ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି […]

modi farmer

Manoranjan Sial
  • Published: Monday, 23 November 2020
  • , Updated: 23 November 2020, 04:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଗତ ୬ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍‌ ମିଡିଆରେ ସୂଚନା ଦେଇଛନ୍ତି।
https://twitter.com/dpradhanbjp/status/1330793986278125575?s=20

ପୂର୍ବ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ କରିଛନ୍ତି। ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦,୮୩୬.୯୭ କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର।

https://twitter.com/dpradhanbjp/status/1330792884119867392?s=20

କେନ୍ଦ୍ର ସରକାର ୨୦୧୪-୧୫ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀଙ୍କଠାରୁ ଏମ୍‌ଏସ୍‌ପି ବାବଦରେ ଧାନ କିଣି ବ୍ୟାଙ୍କ ଖାତାକୁ ସିଧାସଳଖ ୫୩, ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୪ରେ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପ୍ରତି ୧୩୬୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୦-୨୧ ସୁଦ୍ଧା ୧୮୬୮ ଟଙ୍କାରେ ପହଞ୍ଚିଛି। ଗତ ୬ ବର୍ଷ ମଧ୍ୟରେ ଏମଏସପିର ଦ୍ରୁତ ବୃଦ୍ଧି ଚାଷୀମାନଙ୍କୁ ଅଧିକ ଲାଭ ଦେଇଛି।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ସବୁ କ୍ଷୁଦ୍ର/ମଧ୍ୟମ ଚାଷୀ ଉପକୃତ ହୋଇଛନ୍ତି। ୨୦୧୮-୧୯ ବର୍ଷରେ ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ୭୩୧.୮୭ କୋଟି। ୨୦୧୯-୨୦ରେ ୧୬୮୬.୫୮ କୋଟି ଓ ଏବର୍ଷ ଏଯାବତ ୮୫୦.୩୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ଧର୍ମେନ୍ଦ୍ର କହିଛନ୍ତି।

Related story