ପୃଥିବୀର ନିକଟତର ହେବ ଗ୍ରହାଣୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପୃଥିବୀର ନିକଟତର ହେବ ଏକ ଗ୍ରହାଣୁ। ଅପରାହ୍ଣ ୨ଟା ୮ ମିନିଟ ସମୟରେ ‘ଗ୍ରହାଣୁ ୪୬୫୮୨୪ ୨୦୧୦ ଏଫ୍ଆର୍’ ପୃଥିବୀର ନିକଟତର ହେବ। ତେବେ ଏହା ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ପୃଥିବୀ-ଚନ୍ଦ୍ରର ଦୂରତାଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ। ଏହି ଗ୍ରହାଣୁର ହାରାହାରି ବେଗ ୫୧ ହଜାର କିଲୋମିଟର ରହିଛି। ଆକଳନ ଅନୁଯାୟୀ ଗ୍ରହାଣୁଟିର ଚଉଡ଼ା ୧୨୦ ମିଟର ଓ ଲମ୍ବ ୨୭୦ […]

ggg

Jitendra Garnayak
  • Published: Sunday, 06 September 2020
  • , Updated: 06 September 2020, 07:48 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପୃଥିବୀର ନିକଟତର ହେବ ଏକ ଗ୍ରହାଣୁ। ଅପରାହ୍ଣ ୨ଟା ୮ ମିନିଟ ସମୟରେ ‘ଗ୍ରହାଣୁ ୪୬୫୮୨୪ ୨୦୧୦ ଏଫ୍ଆର୍’ ପୃଥିବୀର ନିକଟତର ହେବ। ତେବେ ଏହା ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ପୃଥିବୀ-ଚନ୍ଦ୍ରର ଦୂରତାଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ।

ଏହି ଗ୍ରହାଣୁର ହାରାହାରି ବେଗ ୫୧ ହଜାର କିଲୋମିଟର ରହିଛି। ଆକଳନ ଅନୁଯାୟୀ ଗ୍ରହାଣୁଟିର ଚଉଡ଼ା ୧୨୦ ମିଟର ଓ ଲମ୍ବ ୨୭୦ ମିଟର।

ଗ୍ରହାଣୁଟି ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲେ ଓ ପ୍ରତି ୪ରୁ ୭ ବର୍ଷରେ ଥରେ ପୃଥିବୀ ନିକଟରେ ହୋଇଥାଏ ବୋଲି କୁହାଯାଇଛି।

ଏହାକୁ ୨୦୧୦ ମସିହା ମାର୍ଚ୍ଚ ୧୮ରେ ଆବିଷ୍କାର କରାଯାଇଥିଲା। ପୂର୍ବରୁ ୨୦୧୬ ମାର୍ଚ୍ଚ ୧୫ରେ ଏହା ପୃଥିବୀର ନିକଟତର ହୋଇଥିଲା। ଆଗକୁ ୨୦୨୬ ସେମ୍ବେର ୧୧ରେ ଏହା ପୁଣି ପୃଥିବୀ ନିକଟକୁ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Related story