କଟକରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୮ ଲୋକାଲ୍ କେସ୍‌ ଥିବା ବେଳେ ୫ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ ଓ ୨୧ ଜଣ ହୋମ୍‌ କ୍ୱାରଣ୍ଟାଇନ୍‌ରେ ଅଛନ୍ତି। ଏନେଇ କଟକ ମହାନଗର ନିଗମ (ସିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। #COVID19 update in Cuttack city (CMC area) Out of the 47 new COVID-19 +ve cases reported today in #Cuttack district, […]

corona-3.1

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 03:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୮ ଲୋକାଲ୍ କେସ୍‌ ଥିବା ବେଳେ ୫ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ ଓ ୨୧ ଜଣ ହୋମ୍‌ କ୍ୱାରଣ୍ଟାଇନ୍‌ରେ ଅଛନ୍ତି। ଏନେଇ କଟକ ମହାନଗର ନିଗମ (ସିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/CMCCuttack/status/1286224151410143232?s=20

ଆଜି କଟକ ଜିଲ୍ଲାରୁ ୪୭ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ୮ ଲୋକାଲ୍‌ କେସ୍‌। ପୁରୀ ଘାଟ ତେଲେଙ୍ଗା ବଜାରରୁ ଜଣେ, ଏସ୍‌ସିବି ଏମ୍‌ସିଏଚ୍‌ରୁ ଜଣେ, ରାଉସାପାଟଣା ଶିବ ବଜାରରୁ ୨ ଜଣ, ଡଗରପଡ଼ା ବଣିଆ ସାହିରୁ ୩ ଜଣ ଓ ମଙ୍ଗଳାବାଗରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଅଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୪୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୪୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story