ଆସିଲା ୪ର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ, କେଉଁ ଜିଲ୍ଲାରେ କେତେ ବଢ଼ିଲା ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩ଟି ଜିଲ୍ଲାରେ ହୋଇଥିଲା ୪ର୍ଥ ପର୍ଯ୍ୟାୟରେ ସେରୋ ସର୍ଭେ। ଆଜି ଆସିଛି ଏହାର ରିପୋର୍ଟ। ଜୁନ ୧୬ରୁ ୨୦ ତାରିଖ ଭିତରେ ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ସର୍ଭେ ରିପୋର୍ଟରେ ସାଧାରଣ ଲୋକଙ୍କ ଶରୀରରେ ୬୫.୧୨ ପ୍ରତିଶତ ଓ ସ୍ୱାସ୍ଥ୍ୟକର୍ମୀଙ୍କର ୮୫. ୫୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ ରହିଥିବା ସୂଚନା ମିଳିଛି। ସେହିଭଳି ଜିଲ୍ଲାଓ୍ୱାରୀ ଗଞ୍ଜାମରେ ୭୦.୯ ପ୍ରତିଶତ, ରାୟଗଡ଼ାରେ ୬୩ ପ୍ରତିଶତ ଓ କୋରାପୁଟରେ […]

sero

Manoranjan Sial
  • Published: Saturday, 24 July 2021
  • , Updated: 24 July 2021, 08:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩ଟି ଜିଲ୍ଲାରେ ହୋଇଥିଲା ୪ର୍ଥ ପର୍ଯ୍ୟାୟରେ ସେରୋ ସର୍ଭେ। ଆଜି ଆସିଛି ଏହାର ରିପୋର୍ଟ। ଜୁନ ୧୬ରୁ ୨୦ ତାରିଖ ଭିତରେ ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ସର୍ଭେ ରିପୋର୍ଟରେ ସାଧାରଣ ଲୋକଙ୍କ ଶରୀରରେ ୬୫.୧୨ ପ୍ରତିଶତ ଓ ସ୍ୱାସ୍ଥ୍ୟକର୍ମୀଙ୍କର ୮୫. ୫୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ ରହିଥିବା ସୂଚନା ମିଳିଛି।

ସେହିଭଳି ଜିଲ୍ଲାଓ୍ୱାରୀ ଗଞ୍ଜାମରେ ୭୦.୯ ପ୍ରତିଶତ, ରାୟଗଡ଼ାରେ ୬୩ ପ୍ରତିଶତ ଓ କୋରାପୁଟରେ ୬୧. ୩ ପ୍ରତିଶତ ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ ରହିଛି। ଗତ ଜୁନରେ ଏହି ତିନି ଜିଲ୍ଲାର ୧୨୩୦ ସାଧାରଣ ଲୋକ ଓ ୩୧୧ ସ୍ୱାସ୍ଥ୍ୟକର୍ମୀଙ୍କ ସାମ୍ପଲ ନିଆଯାଇଥିଲା। ତେବେ ଜାତୀୟ ହାର ତୁଳନାରେ ଓଡ଼ିଶାରେ ସର୍ଭେ ରିପୋର୍ଟ ଭଲ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସେପଟେ ଆସନ୍ତା ସେମ୍ବେର ସୁଦ୍ଧା ପିଲାମାନଙ୍କୁ ହୋଇପାରେ ଟିକାକରଣ। ପିଲାଙ୍କୁ ଟିକା ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଜାଇଡସ୍‌ ପିଲାଙ୍କ ଉପରେ ଟିକା ଟ୍ରାଏଲ୍‌ କରି ସାରିଛି। ଏବେ କେବଳ ଅନୁମତିକୁ ଅପେକ୍ଷା। କୋଭାକ୍ସିନର ଟ୍ରାଏଲ୍‌ ଅଗଷ୍ଟ ବା ସେପ୍ଟେମ୍ୱରରେ ଶେଷ ହେବାକୁ ଥିବା ବେଳେ ଫାଇଜର ଟିକା ଆମେରିକାର FDAରୁ ଅନୁମତି ପାଇସାରିଛି। ଏସବୁ ଦେଖିଲେ ସେପ୍ଟେମ୍ୱରରୁ ପିଲାଙ୍କୁ ଟିକା ଦିଆଯାଉଥିବା ନେଇ ଆଶା ରହିଛି ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛି।

Related story