ଟ୍ରେନରୁ ଡକାୟତି ଉଦ୍ୟମ ବେଳେ ଧରାପଡିଲେ ୫ ଆନ୍ତଃରାଜ୍ୟ ଲୁଟେରା

Ordigital Desk
  • Published: Sunday, 21 January 2018
  • , Updated: 21 January 2018, 06:23 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟ୍ରେନରୁ ଡକାୟତି ଉଦ୍ୟମ ଯୋଜନା ବେଳେ ଖୋର୍ଦ୍ଧା ଆରପିଏଫ୍ ଓ ଜିଆରପି ପୋଲିସ ଦ୍ୱାରା ୫ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସୁନୀଲ କୁମାର, ରାଜେଶ, ବିଜେନ୍ଦ୍ର କୁମାର, ରାଜେଶ କୁମାର ଏବଂ ରବିନ୍ଦ୍ର କୁମାର ସିଂ । &nbsp;ଏମାନଙ୍କ ଘର ଦିଲ୍ଲୀ ଓ ହରିୟାଣାରେ । ପୋଲିସ ସେମାନଙ୍କଠାରୁ ଗୋଟିଏ ମାଉଜର ସହ ୫ଟି ଛୁରୀ, ଗୋଟିଏ କଟୁରୀ, ୪ପ୍ୟାକେଟ ଲଙ୍କାଗୁଣ୍ଡ ଏବଂ ନଗଦ ୨୧ହଜାର ଟଙ୍କା ଜବତ କରିଛି । ପୋଲିସର ସୂଚନା ଅନୁସାରେ ଏମାନେ ଦୀର୍ଘ ସମୟ ଧରି ଖୋର୍ଦ୍ଧା ରୋଡ ଷ୍ଟେସନରେ ଅପେକ୍ଷା କରିଥିଲେ ।&nbsp; କୌଣସି କାରଣ ବସତଃ ଜଟଣୀ ଆରପିଏଫ୍ ଏବଂ ଜିଆରପିର ସନ୍ଦେହ ହେବା ପରେ ପୋଲିସ ଅତର୍କିତ ଚଢାଉ କରିଥିଲା ।</p>

Related story