୫ ଡକାୟକ ଗିରଫ, ୬ ବନ୍ଧୁକ ଜବତ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ୍। ସେମାନଙ୍କ ଠାରୁ ୫ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ମାଗାଜିନ୍, ୧୩ଟି ଗୁଳି ଓ ୫ଟି ବୋମା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି- କୋଦଳା ଥାନା ସାଙ୍କୁଡ଼ା ଗାଁର ମହେଶ୍ୱର ସାହୁ, ଅଙ୍ଗାରଗାଁର ରାମଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣାର ସୁବୀର କୁମାର ହୋତା ଓରଫ ସିଲୁ, ବାଲିଆସଉରା ଗାଁର ଦିଲ୍ଲୀପ  ପଲାଇ […]

police

Jitendra Garnayak
  • Published: Tuesday, 28 June 2022
  • , Updated: 28 June 2022, 05:10 PM IST

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ୍। ସେମାନଙ୍କ ଠାରୁ ୫ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ମାଗାଜିନ୍, ୧୩ଟି ଗୁଳି ଓ ୫ଟି ବୋମା ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି- କୋଦଳା ଥାନା ସାଙ୍କୁଡ଼ା ଗାଁର ମହେଶ୍ୱର ସାହୁ, ଅଙ୍ଗାରଗାଁର ରାମଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣାର ସୁବୀର କୁମାର ହୋତା ଓରଫ ସିଲୁ, ବାଲିଆସଉରା ଗାଁର ଦିଲ୍ଲୀପ  ପଲାଇ ଓ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗାଁର ମନୋଜ ସ୍ୱାଇଁ।

ଗତକାଲି ମଧ୍ୟରାତ୍ରରେ ଖଲ୍ଲିକୋଟ ଥାନା ବଡ଼ ଘାଟି ନିକଟରେ ଜାତୀୟ ରାଜପଥରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା।

ଗିରଫ ଦିଲ୍ଲୀପ ପଲାଇ ନାଁରେ ବିଭିନ୍ନ ଥାନାରେ ୫୦ ରୁ ଊର୍ଦ୍ଧ ମାମଲା ରହିଥିବା ଜଣାପଡ଼ିଛି। ସେହିଭଳି ମନୋଜ ସ୍ୱାଇଁ ନାଁରେ ୭ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଏହି ଦୁଇ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି,ରାହାଜାନୀ ଓ ଲୁଟପାଟ ଭଳି ମାମଲା ରହିଛି। ଅଭିଯୁକ୍ତମାନେ କେଉଁଠାରୁ ବନ୍ଧୁକ ଆଣିଥିଲେ, ସେ ଦିଗରେ ମଧ୍ୟ ତଦନ୍ତ କରୁଛି ଖଲ୍ଲିକୋଟ ପୁଲିସ୍।

 

 

 

Related story