ବାଲି ଉଠାଇବାକୁ ଯାଇଥିବା ବେଳେ ମାଡ଼ି ଆସିଲା ପାଣି, ବୁଡ଼ିଲା ୫ଟି ହାଇୱା

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇୱ ଗାଡ଼ି ବୁଡ଼ିଯାଇଛି। ଆଜି ଭୋର ସମୟରେ ଏହି ଗାଡ଼ି ଗୁଡ଼ିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବା ବେଳେ ହଠାତ୍ ଚେକପୋଷ୍ଟରୁ ପାଣି ଛାଡ଼ି ଦିଆଯାଇଥିଲା। ଫଳରେ ଗାଡ଼ି ଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଡ୍ରାଇଭର ଓ କର୍ମଚାରୀ ମାନେ ଦୌଡ଼ି ପଳେଇ ଆସିବାରେ ସଫଳ ହୋଇଥିଲେ ଓ ଅଘଟଣରୁ ରକ୍ଷା ପାଇଯାଇଥିଲା। ଖବର […]

88888

Jitendra Garnayak
  • Published: Saturday, 23 May 2020
  • , Updated: 23 May 2020, 01:17 PM IST

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇୱ ଗାଡ଼ି ବୁଡ଼ିଯାଇଛି। ଆଜି ଭୋର ସମୟରେ ଏହି ଗାଡ଼ି ଗୁଡ଼ିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବା ବେଳେ ହଠାତ୍ ଚେକପୋଷ୍ଟରୁ ପାଣି ଛାଡ଼ି ଦିଆଯାଇଥିଲା। ଫଳରେ ଗାଡ଼ି ଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଡ୍ରାଇଭର ଓ କର୍ମଚାରୀ ମାନେ ଦୌଡ଼ି ପଳେଇ ଆସିବାରେ ସଫଳ ହୋଇଥିଲେ ଓ ଅଘଟଣରୁ ରକ୍ଷା ପାଇଯାଇଥିଲା।

ଖବର ଲେଖାଯିବା ସୁଦ୍ଧା ୫ଟି ଯାକ ହାଇୱା ପାଣି ମଧ୍ୟରେ ଥିବା ବେଳେ କାହା ଅନୁମତିରେ ଏଠାରୁ ବାଲି ଉଠାଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏ ସମ୍ପର୍କରେ ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନାଙ୍କୁ ଫୋନ ମାଧ୍ୟମରେ ପଚାରିବାର ସେ କିଛି ଜାଣି ନଥିବା କହିଥିଲେ।

Related story