ଗଣେଶ ଭସାଣକୁ କେନ୍ଦ୍ର କରି ବୋମାମାଡ଼

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗାଁରେ ଗଣେଶ ଭସାଣକୁ କେନ୍ଦ୍ର କରି ଆଜି ସକାଳେ ୭ରୁ ଅଧିକ ବୋମାମାଡ଼ ହୋଇଛି। ବୋମାଡରେ ୪୦ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ବର୍ତ୍ତମାନ ସୁଦ୍ଧା ଗାଁରେ ଉତ୍ତେଜନା ଲାଗି ରହିଛି। ଗତକାଲି ବ୍ରହ୍ମପୁର ଗାଁରେ ଗଣେଶ ଭସାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୫ ଜଣ ଆହତ […]

Rakesh Mallick
  • Published: Saturday, 02 September 2017
  • , Updated: 02 September 2017, 01:08 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗାଁରେ ଗଣେଶ ଭସାଣକୁ କେନ୍ଦ୍ର କରି ଆଜି ସକାଳେ ୭ରୁ ଅଧିକ ବୋମାମାଡ଼ ହୋଇଛି। ବୋମାଡରେ ୪୦ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ବର୍ତ୍ତମାନ ସୁଦ୍ଧା ଗାଁରେ ଉତ୍ତେଜନା ଲାଗି ରହିଛି।
ଗତକାଲି ବ୍ରହ୍ମପୁର ଗାଁରେ ଗଣେଶ ଭସାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୫ ଜଣ ଆହତ ହୋଇଥିଲେ। ଗତକାଲି ରାତିରୁ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଆଜି ସକାଳେ ୭ରୁ ଅଧିକ ବୋମାମାଡ଼ ହୋଇଛି।

Related story