ଜଙ୍ଗଲୀ ଛତୁ ଖାଇ ୫ ଅସୁସ୍ଥ, ମେଡିକାଲ୍‌ରେ ଭର୍ତ୍ତି

କେନ୍ଦୁଝର (ପ୍ରଣୟ ପାଣି): ଜଙ୍ଗଲୀ ଛତୁ ଖାଇ ୫ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଥିରେ ୨ ଜଣ ଶିଶୁ ଥିବା ବେଳେ ୩ ବୟସ୍କ ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଞ୍ଚଳରେ ଘଟିଛି। ମୌସୁମୀ ବର୍ଷା ଯୋଗୁ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ହେଉଛି। ସେହି ଛତୁକୁ ତୋଳି ଘରକୁ ଆଣିଥିଲେ ଜୁରୁଡି ପଞ୍ଚାୟତର ପେଣ୍ଠେଇ ବସ୍ତିର ୩ଟି ପରିବାର ଲୋକେ। ଆଜି ମଧ୍ୟହ୍ନରେ […]

Keonjhar

Manoranjan Sial
  • Published: Friday, 25 June 2021
  • , Updated: 25 June 2021, 09:56 PM IST

କେନ୍ଦୁଝର (ପ୍ରଣୟ ପାଣି): ଜଙ୍ଗଲୀ ଛତୁ ଖାଇ ୫ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଥିରେ ୨ ଜଣ ଶିଶୁ ଥିବା ବେଳେ ୩ ବୟସ୍କ ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଞ୍ଚଳରେ ଘଟିଛି।

ମୌସୁମୀ ବର୍ଷା ଯୋଗୁ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ହେଉଛି। ସେହି ଛତୁକୁ ତୋଳି ଘରକୁ ଆଣିଥିଲେ ଜୁରୁଡି ପଞ୍ଚାୟତର ପେଣ୍ଠେଇ ବସ୍ତିର ୩ଟି ପରିବାର ଲୋକେ। ଆଜି ମଧ୍ୟହ୍ନରେ ରୋଷେଇ କରି ଛତୁକୁ ଖାଇଥିଲେ। ଛତୁ ଖାଇବା ପରେ ୫ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।

ଛତୁ ଖାଇବା ପରେ ପେଣ୍ଠେଇ ବସ୍ତିର କୁନ୍ତଳା ଲୋହାର(୨୦), ତୁଳସୀ ପେଣ୍ଠେଇ(୨୩), ନିରାଶ ପେଣ୍ଠେଇ(୫୦) ଏବଂ ଦୁଇ ଜଣ ଶିଶୁ କୁସୁମିତା ପେଣ୍ଠେଇ (୪) ଓ ରେମଳା ମହାରଣା(୫) ଅସୁସ୍ଥ ହୋଇପଡ଼ି ଥିଲେ। ସମସ୍ତଙ୍କୁ ଯୋଡା ସ୍ଥିତ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଯୋଡାସ୍ଥିତ ଟାଟା ଷ୍ଟିଲ୍‌ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Related story