ପାଣି ଭାବି ଡିଜେଲ ପିଇ ଦେଲା ୫ବର୍ଷର ଶିଶୁ

Ordigital Desk
  • Published: Friday, 14 September 2018
  • , Updated: 14 September 2018, 08:22 AM IST
<p>ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କାଳିଆଘାଇ ଗାଁରେ ଜଣେ ଶିଶୁ ପାଣି ଭାବି ଡିଜେଲ ପିଇ ଦେଇଛି। ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅରୁଣ କୁମାର ରେଡ୍ଡି। ତାର ବୟସ ୫ ବର୍ଷ।</p> <p>ଅରୁଣ ଅଜା ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ପାଣି ଭାବି ଘରେ ରଖାଯାଇଥିବା ଡିଜେଲ୍&zwnj; ପିଇ ଦେଇଥିଲେ।</p> <p>କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। ତାଙ୍କୁ ପ୍ରଥମେ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତା&rsquo;ର ମୃତ୍ୟୁ ଘଟିଥିଲା।</p>

Related story