ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲେ ଯାଆଁଳା ଭାଇ, ଜଣେ ମୃତ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଘଟିଛି ଏହି ଘଟଣା। ମୃତ ଶିଶୁର ନାଁ ସାଇ ନାୟକ (୫)। ଗୁରୁତର ଥିବା ଶିଶୁର ନାଁ ଓମ୍ ନାୟକ (୫)। ଓମ୍ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଚନ୍ଦନଖୁଣ୍ଟି ଗାଁର ମହେଶ୍ୱର ନାୟକଙ୍କ ଯାଆଁଳା ପୁଅ ଓମ ଓ […]

Electric Wire

Jitendra Garnayak
  • Published: Thursday, 30 June 2022
  • , Updated: 30 June 2022, 07:05 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଘଟିଛି ଏହି ଘଟଣା।

ମୃତ ଶିଶୁର ନାଁ ସାଇ ନାୟକ (୫)। ଗୁରୁତର ଥିବା ଶିଶୁର ନାଁ ଓମ୍ ନାୟକ (୫)। ଓମ୍ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।

ଚନ୍ଦନଖୁଣ୍ଟି ଗାଁର ମହେଶ୍ୱର ନାୟକଙ୍କ ଯାଆଁଳା ପୁଅ ଓମ ଓ ସାଇ ଆଜି ଅପରାହ୍ଣରେ ଘର ଅଗଣାରେ ଖେଳୁଥିଲେ। ଖେଳି ସାରି ଘର ଭିତରକୁ ଯାଉଥିବା ବେଳେ ଓହଳି ରହିଥିବା ସର୍ଭିସ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସାଇକୁ ମୃତ ଘୋଷଣା କରିଥିଲେ। ଓମ୍‌ର ଅବସ୍ଥା ଗୁରୁତର ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା’ର ଚିକିତ୍ସା ଚାଲିଛି।

Related story