ଗଣେଶ ପୂଜା ଭୋଗ ଖାଇ ୫୦ ଅସୁସ୍ଥ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ବ୍ଲକ୍‌ ପଦ୍ମପୁର ଗାଁରେ ଗଣେଶ ପୂଜା ଭୋଗ ଖାଇ ୫୦ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଗାଁରେ ଗଣେଶ ପୂଜା ହୋଇଥିଲା। ଗାଁ ଲୋକେ ଅପରାହ୍ନରେ ସମସ୍ତେ ପଞ୍ଚାମୃତ ଭୋଗ ସେବନ କରିଥିଲେ। ଯେଉଁମାନେ ପ୍ରସାଦ ସେବନ କରିଥିଲେ, ଆଜି ଭୋରରୁ ସେମାନଙ୍କୁ ଝାଡ଼ାବାନ୍ତି […]

bbsrmmm

Tapaswini Nayak
  • Published: Tuesday, 03 September 2019
  • , Updated: 03 September 2019, 04:21 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ବ୍ଲକ୍‌ ପଦ୍ମପୁର ଗାଁରେ ଗଣେଶ ପୂଜା ଭୋଗ ଖାଇ ୫୦ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଗାଁରେ ଗଣେଶ ପୂଜା ହୋଇଥିଲା। ଗାଁ ଲୋକେ ଅପରାହ୍ନରେ ସମସ୍ତେ ପଞ୍ଚାମୃତ ଭୋଗ ସେବନ କରିଥିଲେ। ଯେଉଁମାନେ ପ୍ରସାଦ ସେବନ କରିଥିଲେ, ଆଜି ଭୋରରୁ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଟିମ୍‌ ପଦ୍ମପୁର ଗାଁକୁ ଯାଇଛନ୍ତି।

ଫୁଡ୍‌ ପଏଜନ୍‌ ଯୋଗୁ ଏପରି ହୋଇଥିବା ଡାକ୍ତର କହିଛନ୍ତି।

Related story