୫୦୦ କିଲୋମିଟର କୋଷ୍ଟାଲ୍ ରୋଡ ହେବ ଜାତୀୟ ରାଜପଥ : ଗଡ଼କରୀ

ପୁରୀ: ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ପ୍ରାୟ ୫୦୦ କିଲୋମିଟର କୋଷ୍ଟାଲ୍ ରୋଡକୁ ଜାତୀୟ ରାଜପଥ ରୂପେ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ। ଡିସେମ୍ୱର ସୁଦ୍ଧା ଏହାର ଡିପିଆର୍ ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ବୋଲି ଗଡ଼କରୀ କହିଛନ୍ତି। ଏହାସହିତ ଜଗନ୍ନାଥ ସଡ଼କକୁ ସେ ଜାତୀୟ ରାଜପଥ ଭାବେ ଘୋଷଣା କରିବା ସହ ଏହାକୁ ଫୋର ଲେନ୍ କରାଯିବ ବୋଲି କହିଛନ୍ତି। ଗୁରୁବାର ପିପିଲି ବାଇପାସରେ ଭୁବନେଶ୍ୱର-ପୁରୀ ଫୋର୍ […]

nitin gadakari

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 01:34 PM IST

ପୁରୀ: ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ପ୍ରାୟ ୫୦୦ କିଲୋମିଟର କୋଷ୍ଟାଲ୍ ରୋଡକୁ ଜାତୀୟ ରାଜପଥ ରୂପେ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ। ଡିସେମ୍ୱର ସୁଦ୍ଧା ଏହାର ଡିପିଆର୍ ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ବୋଲି ଗଡ଼କରୀ କହିଛନ୍ତି। ଏହାସହିତ ଜଗନ୍ନାଥ ସଡ଼କକୁ ସେ ଜାତୀୟ ରାଜପଥ ଭାବେ ଘୋଷଣା କରିବା ସହ ଏହାକୁ ଫୋର ଲେନ୍ କରାଯିବ ବୋଲି କହିଛନ୍ତି। ଗୁରୁବାର ପିପିଲି ବାଇପାସରେ ଭୁବନେଶ୍ୱର-ପୁରୀ ଫୋର୍ ଲେନ୍ ରାସ୍ତାର ଶୁଭାରମ୍ଭ କରିବା ଅବସରରେ ଗଡ଼କରୀ ଏହି ଘୋଷଣା କରିଛନ୍ତି।

 ସେପଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଫୋର୍ ଲେନ୍ ରାସ୍ତା ହେବା ଦ୍ୱାରା ଯାତ୍ରୀମାନଙ୍କ ପାଇଁ ସୁବିଧା ହେବ। ରାସ୍ତା ନିର୍ମାଣରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବା ନବୀନ କହିଛନ୍ତି। ତା’ ସହ ସେ ଅନୁଗୁଳ-ସମ୍ୱଲପୁର ଜାତୀୟ ରାଜପଥର ଚାରିଲେନ୍, କଟକ- ଭୁବନେଶ୍ୱର ବାଇପାସ୍ ରାସ୍ତା, ବିଜୁ ଏକ୍ସପ୍ରେସ୍ ବେର ଆମ୍ୱପାଣି ବୋରିଗୁମ୍ମା ଓ ବୋରିଗୁମ୍ମା ଚାନ୍ଦିଲି ରାସ୍ତାର  ଫୋର ଲେନିଂ ପାଇଁ ଦାବି ରଖିଥିଲେ।

Related story