ବ୍ରିଜ୍‌ ତଳେ ପଡ଼ିଛି ପୁଳାପୁଳା ୫୦୦ ଟଙ୍କିଆ ନୋଟ୍‌

ସମ୍ବଲପୁର (ସଞ୍ଜୟ ଜେନା): ବିମୁଦ୍ରାକରଣକୁ ପ୍ରାୟ ୩ ବର୍ଷ ହେଲାଣି। ତଥାପି ବ୍ରିଜ୍‌ ତଳୁ ମିଳୁଛି ପୂଳା ପୂଳା ୫୦୦ ଟଙ୍କିଆ ନୂଆ ନୋଟ୍‌। ଏପରି ଦୃଶ୍ୟ ସମ୍ୱଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ତେବେ କିଏ ଓ କାହିଁକି ଏହି ନୋଟ୍‌ ଗୁଡ଼ିକୁ ଚିରି ଫିଙ୍ଗି ଦେଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ସମ୍ବଲପୁର ସହର ଉପକଣ୍ଠ ତୁମ୍ବେସିଂହା ୫୩ ନମ୍ବର ଜାତୀୟ […]

note-under-bridge

Manoranjan Sial
  • Published: Thursday, 20 February 2020
  • , Updated: 20 February 2020, 06:20 PM IST

ସମ୍ବଲପୁର (ସଞ୍ଜୟ ଜେନା): ବିମୁଦ୍ରାକରଣକୁ ପ୍ରାୟ ୩ ବର୍ଷ ହେଲାଣି। ତଥାପି ବ୍ରିଜ୍‌ ତଳୁ ମିଳୁଛି ପୂଳା ପୂଳା ୫୦୦ ଟଙ୍କିଆ ନୂଆ ନୋଟ୍‌। ଏପରି ଦୃଶ୍ୟ ସମ୍ୱଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ତେବେ କିଏ ଓ କାହିଁକି ଏହି ନୋଟ୍‌ ଗୁଡ଼ିକୁ ଚିରି ଫିଙ୍ଗି ଦେଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି।

ସମ୍ବଲପୁର ସହର ଉପକଣ୍ଠ ତୁମ୍ବେସିଂହା ୫୩ ନମ୍ବର ଜାତୀୟ ରାଜପଥ ବ୍ରିଜ୍‌ ପାଖରେ ପଡ଼ିଛି ପୁଳାପୁଳା ୫୦୦ ଟଙ୍କିଆ ନୂଆ ନୋଟ୍‌। ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଛି ଏହି ନୋଟ ଗୁଡିକ। ଇତି ମଧ୍ୟରେ ଅଧିକାଂଶ ନୋଟ୍‌କୁ ସ୍ଥାନୀୟ ଲୋକମାନେ ସଂଗ୍ରହ କରି ନେଇଗଲେଣି। ଆଉ କିଛି ନୋଟ୍‌ର ଖଣ୍ଡିତ ଅଂଶ ପବନରେ ଇଆଡେ ସିଆଡେ ଉଡ଼ି ଯାଉଥିବା ଦେଖିବାକୁ ମିଳିଛି। ତେବେ ଏତେ ପରିମାଣର ୫୦୦ ଟଙ୍କିଆ ନୋଟକୁ କିଏ ଓ କାହିଁକି ଏଭଳି ନିଛାଟିଆ ଜାଗାରେ ଫିଙ୍ଗି ଦେଇ ଚାଲିଗଲା, ତାହା ଜଣାପଡ଼ିନି। ତେବେ ଫୋପଡ଼ା ଯାଇଥିବା ୫୦୦ ଟଙ୍କିଆ ନୋଟ୍‌ ଗୁଡିକ ଅସଲି କି ନକଲି ଜଣାପଡ଼ିନି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ।

ତେବେ ସଦର ଥାନା ପୁଲିସ କହିଛି ଯେ, ପିଙ୍ଗା ଯାଇଥିବା ଟଙ୍କା ସବୁ ଉଇ ଖାଇଲା ପରି ଦିଶୁଛି। ସେଥିପାଇଁ ହୁଏତ କେହି ଏହି ନୋଟ୍‌ ଗୁଡିକୁ ଫିଙ୍ଗି ଦେଇଥାଇ ପାରେ।

Related story